29.1 C
Bhubaneswar
Sunday, September 29, 2024
Homeଓଡିଶାବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

ଭୁବନେଶ୍ୱର: ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ବଲାଙ୍ଗୀର ପାଟଣାଗଡ଼-ପଦ୍ମପୁର ରାସ୍ତାରେ ଥିବା ଗୌଡ଼ପାଲି ଜୁରିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗୁରୁବାର ରାତି ୧୧ଟା ସମୟରେ ‘ଶତାବ୍ଦୀ’ ନାମକ ଏକ ଘରୋଇ ବସ୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ବସ୍ଟି ଦହିଗାରୁ ବରଯାତ୍ରୀ ଧରି ବେଳପଡା ସର୍ଗିଗୁଡା ଯାଉଥିବା ବେଳେ ଖପ୍ରାଖୋଲ ମାଲପଡ଼ାରୁ ଜଣେ ଯୁବକ ଭଉଣୀଙ୍କ ବାହାଘର ସାରି ବାଇକରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଧକ୍କା ହୋଇଥିଲା । ଦୁର୍ଘଟଣା ଫଳରେ ବାଇକ୍ ଚାଳକଙ୍କ ମୃତ୍ୟ ହୋଇଛି । ମୃତ ଯୁବକ ବେଳପଡା ଥାନା ଅନ୍ତର୍ଗତ ନାଗଫେଣା ଗାଁର ସମାରୁ ବରିହା ବୋଲି ଜଣାପଡିଛି । ଏ ନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସବଟିକୁ ଜବତ କରିବା ସହ ପାଟଣାଗଡ଼ ଥାନାକୁ ଆଣି ବସ୍ ଚାଳକଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking