ଭୁବନେଶ୍ୱର: ଦିନକୁ ଦିନ ନବ ଦରସଙ୍କ ହତ୍ୟା ପଛର ଗୁମର ଖୋଲିବାରେ ଲାଗିଛି । ନବ ଦାସଙ୍କୁ ହତ୍ୟା ନେଇ ଗୋପାଳର ଫୋଟୋ ଭାଇରାଲ ହେବାର ପ୍ରସଙ୍ଗ ଏବେ ସାମ୍ନାକୁ ଆସିଛି । ଏହି ମାମଲରୁ ସନ୍ଦେହ ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ଯଦି ଏହି ଫଟୋ ଥିଲା ତେବେ ୨୭ ଦିନରୁ କୁଆଡେ ଥିଲା । ବିଧାନସଭା ଆରମ୍ଭରୁ ୨୪ ଘଣ୍ଟା ପୂର୍ବରୁ ଭାଇରାଲ କାହିଁକି ହେଲା । ଆଉ ଏହାକୁ କିଏ ଭାଇରାଲ କଲା ତାହା ତଦନ୍ତ ହେବାର ମଧ୍ୟ ଆବଶ୍ୟକତା ରହିଛି । ଏଠାରେ ସରକାର ଜଣାଇବାକୁ ଚାହାନ୍ତି ଗୋପାଳ ହତ୍ୟାକାରୀ । କିନ୍ତୁ ଏହି ହତ୍ୟାକାଣ୍ଡ ପଛରେ ଅନେକ ଲୋକଙ୍କ ହାତ ରହିଛି ବୋଲି କହିଛନ୍ତି ଜୟଦେବ ଜେନା ଏବଂ ଏହାର ତଦନ୍ତ ନିଶ୍ଚିତ ଭାବରେ କରାଯାଉ ।