20.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶରାବଣ ବ୍ୟବହାର କରିପାରିବନି ରାମଙ୍କ ଧନୁ; ଉଦ୍ଧବଙ୍କ ଦୃଢୋକ୍ତି

ରାବଣ ବ୍ୟବହାର କରିପାରିବନି ରାମଙ୍କ ଧନୁ; ଉଦ୍ଧବଙ୍କ ଦୃଢୋକ୍ତି

ମୁମ୍ବାଇ: ଶିବସେନାରେ ଉପୁଜିଥିବା ଗୋଷ୍ଠୀ କନ୍ଦଳ ବର୍ତ୍ତମାନ ଚରମସୀମାରେ ପହଞ୍ଚିଛି । ନିକଟରେ ନିର୍ବାଚନ କମିଶନ୍ (ଇସିଆଇ) ଶିବସେନାର ନାମ ଓ ନିର୍ବାଚନୀ ସଙ୍କେତ (ଧନୁତୀର) ଏକନାଥ ସିନ୍ଦେ ଗୋଷ୍ଠୀକୁ ପ୍ରଦାନ କରିବାପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରକ୍ତ ଚାଉଳ ଚୋବାଉଛନ୍ତି । ସୋମବାର ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ଅବସରରେ ଉଦ୍ଧବ କହିଛନ୍ତି ଯେ ପ୍ରଭୁ ଶ୍ରୀରାମଙ୍କ ଧନୁକୁ ରାବଣ କେବେ ବି ବ୍ୟବହାର କରିପାରିବନି । ଏହି ପ୍ରସଙ୍ଗରେ ସେ ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କୁ ରାମ ଏବଂ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ରାବଣ ବୋଲି ଚିତ୍ରିତ କରିଛନ୍ତି । ଶିବସେନାର ନାମ ଓ ସଙ୍କେତକୁ ଚୋରାଇ ନିଆଯାଇଛି, ଚୋରମାନେ ଏହାକୁ ବେଶି ଦିନ ବ୍ୟବହାର କରିପାରିବେନି ବୋଲି ଉଦ୍ଧବ କହିଛନ୍ତି । ଇସି ବର୍ତ୍ତମାନ ମୋଦୀ ସରକାରଙ୍କ କ୍ରୀତଦାସ ପାଲଟିଥିବା ସେ ଅଭିଯୋଗ କରିଛନ୍ତି । କୌଣସି ପରିସ୍ଥିତିରେ ଏକ ରାଜନୈତିକ ଦଳର ନାମ ଓ ସଙ୍କେତକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ପ୍ରଦାନ କରାଯିବାର ଦୃଷ୍ଟାନ୍ତ ପ୍ରଥମ ଥର ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ନିର୍ବାଚନ କମିଶନକୁ ବରଖାସ୍ତ କରିବାକୁ ସେ ଦାବି ଜଣାଇଛନ୍ତି । ଅପରପକ୍ଷରେ ଉଦ୍ଧବ ଆହୁରି କହିଛନ୍ତି ଯେ ଇସିଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦଳୀୟ ସଙ୍କେତ ‘ମଶାଲ’କୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ତାଙ୍କ ଗୋଷ୍ଠୀ ବ୍ୟବହାର କରିବ । ଇସିଙ୍କ ନିଷ୍ପତ୍ତି ପ୍ରତିବାଦରେ ଉଦ୍ଧବଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking