ପରଜଙ୍ଗ : ପରଜଙ୍ଗ ବ୍ଲକ ଆମ୍ବପଳାସ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ଗଡପରଜଙ୍ଗ ପଞ୍ଚାୟତ ଅଧୀନସ୍ଥ ଗଣ୍ଡତଇଳା ସାହିର ଏସଟି ଜାତିର ମମତା ଖଟୁଆ ନାମକ ଜନୈକ ମହିଳା ପରଜଙ୍ଗ ଥାନା ଅଧୀନରେ ଯାଉଥିବା ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ରଙ୍ଗଥଳି ଗ୍ରାମରେ ବିବାହ କରିଥିଲେ ମମତା ୩ଟି ସନ୍ତାନର ଜନନୀ ହୋଇ ପ୍ରେମ ନିଶାରେ ଅବାଟକୁ ଚାଲିଯାଇ ଆଜି ଶେଷ ନିଶ୍ୱାସ ଛାଡ଼ିବାକୁ ପଡ଼ିଛି ।
ନିଜ ସ୍ୱାମୀ ଓ ୩ସନ୍ତାନକୁ ଛାଡି ଅନ୍ୟ ଜଣଙ୍କ ସହିତ ପ୍ରେମ ବିବାହ କରିବା ମମତାଙ୍କ ପାଇଁ କରୁଣ ପରିଣତି ଭୋଗିବାକୁ ପଡ଼ିଛି । ନିଜ ସ୍ୱାମୀ ଓ ସନ୍ତାନ ମାନଙ୍କୁ ସବୁଦିନ ପାଇଁ ଛାଡି ଦେଇ ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳସ ଗ୍ରାମର ମଧୁବନ ଛ ଠାରୁ ଅଳ୍ପ ଦୂରରେ ସାନମସମସା ପୂର୍ତ୍ତ ବିଭାଗ ରାସ୍ତାକୁ ଲାଗି ଘର କରି ରହିଥିବା ଅଷ୍ଟମ ଖଟୁଆ ନାମକ ଜନୈକ ଯୁବକକୁ ଆଜକୁ ୪ବର୍ଷ ତଳେ ବିବାହ କରିଥିଲେ । ଅଷ୍ଟମ ଜଣେ ଗାଡ଼ି ଚାଳକ । ବିବାହର କିଛି ଦିନ ବିତିଗଲା ପରେ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଅଷ୍ଟମ ଜଣେ ମଦ୍ୟପ ହୋଇଥିବାରୁ ଶୁକ୍ରବାର ରାତିରେ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଉଭୟଙ୍କ ମଧ୍ୟରେ କଳହ ଲାଗିରହିଥିଲା ।
ଯାହାକି ମମତାଙ୍କ ଲାଗି ଶେଷ କାଳରାତି ଥିଲା । ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ୍ୟୁ ବରଣ କରିଥିଲେ । ଶନିବାର ଭୋର୍ ସମୟରେ ନିଜ ଘର ପଛପଟେ ଜଙ୍ଗଲ ଥିବାରୁ ସେହି ଜଙ୍ଗଲରେ ସ୍ତ୍ରୀକୁ ପୋଡ଼ିବାକୁ ନେଉଥିବା ବେଳେ କୌଣସି ବ୍ୟକ୍ତି ଏହାକୁ ଦେଖି ସନ୍ଦେହ କରିଥିଲେ । ସେ ପରଜଙ୍ଗ ଥାନାକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ ସହ ସ୍ୱାମୀକୁ କାବୁ କରିନେଇଥିଲେ ।ପ୍ରକୃତ ଘଟଣା ଉପରେ ପୁଲିସ ତଦନ୍ତ ଜାରି ରଖିଛି ।