19.1 C
Bhubaneswar
Sunday, November 24, 2024
Homeଓଡିଶାଜିଲ୍ଲାର ପ୍ରଥମ ସ୍ୱାବଲବୀ ମହିଳା ଅଟୋ ଚାଳକଙ୍କ ଅଟୋରେ ବୁଲିଲେ ମନ୍ତ୍ରୀ ଓ ଜିଲ୍ଲାପାଳ

ଜିଲ୍ଲାର ପ୍ରଥମ ସ୍ୱାବଲବୀ ମହିଳା ଅଟୋ ଚାଳକଙ୍କ ଅଟୋରେ ବୁଲିଲେ ମନ୍ତ୍ରୀ ଓ ଜିଲ୍ଲାପାଳ

ଦେବଗଡ଼: ସାଧାରଣ ତନ୍ତ୍ର ଦିବସରେ ଜଣେ ସାଧାରଣ ମହିଳା ଅଟୋ ଚାଳକଙ୍କ ମନୋବଳ ଉତ୍ସାହିତ କରିବା ପାଇଁ ମନ୍ତ୍ରୀ ଓ ଜିଲ୍ଲାପାଳ ଅଟୋ ଯାତ୍ରୀ ଭାବେ ବସିଥିଲେ । ଅଟୋ ଚାଳକ ରାଜକିଶୋରୀ ଙ୍କ ପରି ଯେକୌଣସି ମହିଳା ସ୍ୱାବଲ୍ବମୀ ହେବାର ସାମର୍ଥ୍ୟ ହୋଇ ପାରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଗତକାଲି ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ କାର‌୍ୟ୍ୟକ୍ରମ‌ରେ ଯୋଗ ଦେବା ପାଇଁ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମରମ ଯୋଗ ଦେଇ ପତାକା ଉତ୍ତୋଳନ କରିବା ପରେ ବିଭିନ୍ନ କାର‌୍ୟ୍ୟକ୍ରମ ରେ ଯୋଗ ଦେଇଥିଲେ ।

ଏଥି ମଧ୍ୟରୁ ଜିଲ୍ଲାର ତିଲେଇବଣି ବ୍ଲକର ଗଜରିବଣୀ ଗ୍ରାମର ରାଜକିଶୋରି ଟେଟେ ଅଟୋ ଚଳାଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ତେବେ ମନ୍ତ୍ରୀ ଶ୍ରୀମତି ହେମରମ ରାଜକିଶୋରୀଙ୍କ ସହିତ ଆଲୋଚନା କରିବା ପାଇଁ ତାଙ୍କ ନିକଟରେ ପହଞ୍ଚିଥିଲେ । ମନ୍ତ୍ରୀ ଶ୍ରୀମତୀ ହେମରମ ଓ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ରାଜକିଶୋରୀ ଙ୍କ ସହିତ ଆଲୋଚନା କରିବା ପରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଏହାପରେ ମନ୍ତ୍ରୀ ଶ୍ରୀମତି ହେମରମ ଓ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ରାଜକିଶୋରିଙ୍କ ଅଟେ‌ାରେ ବସି ଗଜରିବଣୀ ଗ୍ରାମ ବୁଲିଥିଲେ ।

ଏଠାରେ ସୂଚନାଯୋଗ୍ୟ, କୋଭିଡ ସମୟରେ ୨୦୨୦ ମସିହାରେ ସ୍ୱାମୀ ଆଣ୍ଠନି ଟେଟେଙ୍କ ମୃତ୍ୟୁ ପରେ ରାଜକିଶୋରି ଘରୋଇ ବ୍ୟାଙ୍କରୁ ଋଣ କରି କିଣି ଥିବା ଅଟୋର ଋଣ ସୁଝିପାରିନଥିଲେ । ସେହି ସମୟରେ ଓଏଲଏମ ନିକଟରେ ସହାୟତା ପାଇଁ ଆବେଦନ କରିବାରୁ ଋଣ ସୁଝିବା ପାଇଁ ଲାଇଭଲି ହୁଡ ମିଶନ ସହଯୋଗ କରିଥିଲେ। ଏଥିସହ ଗତ ଡିସେମ୍ବର ମାସରେ ମିଶନ ଶକ୍ତି ପକ୍ଷରୁ ପୁଣିଥରେ ବିନା ସୁଧରେ ୪୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି କ୍ଷ ଯାହା ଫଳରେ ଆଜି ପୁଣି ଥରେ ରାଜକିଶୋରୀ ସ୍ବାବଲମ୍ବୀ ହୋଇପାରିଛନ୍ତି କ୍ଷ ଅନ୍ୟମାନଙ୍କ ମଧ୍ୟରେ ଡିଏସଡବ୍ଲୁଓ ନରହରି ସିଂ, ଓଏଲଏମ ଡିପିଏମ ସ୍ମରଣିକା ମହାପାତ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ , ରାଜକିଶୋରୀ ଜିଲ୍ଲାର ପ୍ରଥମ ମହିଳା ଅଟୋ ଡ୍ରାଇଭର ଭାବେ ପରିଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking