28.1 C
Bhubaneswar
Monday, September 30, 2024
Homeଦେଶ ବିଦେଶତାଲିବାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ଚୀନ

ତାଲିବାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ଚୀନ

ୱାଶିଂଟନ : ଆଫଗାନିସ୍ତାନର ତାଲିବାନ ସଂଗଠନକୁ ଚୀନ ଏହାର ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛି। ତାଲିବାନ ସଂଗଠନ ଓ ଇସଲାମିକ ଷ୍ଟେଟ ମଧ୍ୟରେ ତିକ୍ତତା ଲାଗି ରହିଥିବାବେଳେ ଚୀନ ତାଲିବାନର ସମର୍ଥନରେ ବାହାରିଛି। ତେଣୁ ଆଗାମୀ ଦିନରେ ତାଲିବାନ ଆତଙ୍କବାଦର ବଡ କେନ୍ଦ୍ରବିନ୍ଦୁ ସାଜିବାକୁ ଯାଉଛି ବୋଲି ଆମେରିକା ଦ୍ବାରା ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗତ ଡିସେମ୍ବର ୧୨ରେ କାବୁଲର ଏକ ହୋଟେଲ ଚୀନର ଦୂତାବାସ କର୍ମଚାରୀଙ୍କ ସମ୍ମିଳନୀ ଚାଲିଥିବାବେଳେ ଇସଲାମିକ ଷ୍ଟେଟ୍ (ଆଇଏସ୍‌) ଆତଙ୍କବାଦୀଙ୍କ ଦ୍ବାରା ଆକ୍ରମଣ ହୋଇଥିଲା। ଆଇଏସ୍‌ର ଆକ୍ରମଣରେ କେତେକ ଚୀନ ନାଗରିକ ଆହତ ହୋଇଥିଲେ। ଯେଉଁ ହୋଟେଲ ଉପରେ ଆକ୍ରମଣ ହୋଇଥିଲା ତାହା ଚୀନ ନାଗରିକଙ୍କ ଦ୍ବାରା ମଧ୍ୟ ପରିଚାଳିତ ହେଉଥିଲା।

ଆତଙ୍କବାଦୀଙ୍କ ଏପରି ଆକ୍ରମଣକୁ ଚୀନ ବୈଦେଶିକ ମନ୍ତ୍ରଣାଳୟ ତୀବ୍ର ନିନ୍ଦା କରିଥିଲା। ଆଫଗାନିସ୍ତାନର ତାଲିବା ସରକାର ପ୍ରତି ବଡ ବିପଦ ଭାବେ ଉଭା ହୋଇ ଇସଲାମିକ ଷ୍ଟେଟ ଅଫ ଖୋରେସନା ପ୍ରୋଭିନ୍ସ ବା ଆଇଏସ୍। ତାଲିବାନ ସରକାରକୁ କ୍ଷମତା ଦଖଲ କରିବା ଦିଗରେ ଆଇଏସ୍ ସମର୍ଥନ କରିଥିଲା। ମାତ୍ର ତାଲିବାନ କ୍ଷମତା ଦଖଲ ପରେ ଆଇଏସ୍‌ର ପରାମର୍ଶକୁ ଏହା ଉପେକ୍ଷା କରିଥିଲା। ତାଲିବାନ ସରକାରରେ ଆଇଏସ୍‌ର ନେତାଙ୍କୁ ଆବଶ୍ୟକ ଗୁରୁତ୍ବପୂର୍ଣ୍ଣ ପଦ ମିଳି ନଥିଲା। ତେଣୁ ଦୁଇ ସଂଗଠନ ମଧ୍ୟରେ ଏବେ ଜୋରଦାର ବିଦ୍ରୋହ ଆରମ୍ଭ ହୋଇଛି। ଏପରି ବିଦ୍ରୋହରେ ତାଲିବାନ ସପକ୍ଷରେ ଚୀନ ବାହାରିଛି। ତାଲିବାନକୁ ଚୀନର ସମର୍ଥନର ଅନ୍ୟତମ କାରଣ ହେଉଛି ଆଇଏସ୍‌ ଠାରୁ ପ୍ରତିଶୋଧ ନେବା। ଆଇଏସ୍ ଆକ୍ରମଣରେ ଚୀନର ନାଗରିକ ଆହତ ହୋଇଥିବାରୁ ଚୀନ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।

୨୦୨୧ ଅଗଷ୍ଟରେ ଆଫଗାନିସ୍ତାନର ନିର୍ବାଚିତ ସରକାରକୁ ବରଖାସ୍ତ କରି ତାଲିବାନ ସଂଗଠନ ଦେଶର ଶାସନ ଭାର ଗ୍ରହଣ କରିଥିଲା। ଆଫଗାନିସ୍ତାରେ ତାଲିବାନର କ୍ଷମତା ଦଖଲ ପରେ ଏଠାରେ ଅସ୍ଥିରତା ଓ ହିଂସା ଦେଖାଯିବା ନେଇ ବିଶ୍ବ ସମୁଦାୟ ଆଶଙ୍କା ବ୍ୟକ୍ତ କରିଥିଲେ। ମାତ୍ର ବିଶ୍ବ ସମୁଦାୟର ଏପରି ଆଶଙ୍କାକୁ ଚୀନ, ପାକିସ୍ତାନ, ଇରାନ ଓ ରୁଷ୍ ଭଳି କେତେକ ଦେଶ ଖଣ୍ଡନ କରିଥିଲେ। ଏହିସବୁ ଦେଶ କହିଥିଲେ ଆଫଗାନିସ୍ତାନରେ ସ୍ଥିରତା ଆଣିବାକୁ ହେଲେ ତାଲିବାନକୁ ସହାୟତା ଯୋଗାଇ ଦିଆଯିବା ଦରକାର। ତାଲିବାନର କ୍ଷମତା ଦଖଲ ପରେ ଆମେରିକା ଏହାର ସୈନ୍ୟକୁ ଏଠାରୁ ପ୍ରତ୍ୟାହାର କରି ନେଇଥିଲା। ଆମେରିକାର ସୈନ୍ୟ ପ୍ରତ୍ୟାହାର ଚୀନକୁ ଆହୁରି ସୁହାଇଥିଲା। କାରଣ ଆଫଗାନିସ୍ତାନରେ ଆମେରିକା ସୈନ୍ୟ ଉପସ୍ଥିତିକୁ ଚୀନ ନିୟମିତ ଭାବେ ବିପଦ ମଣି ଆସୁଥିଲା।

ତେଣୁ ଆଫଗାନିସ୍ତାନରେ ତାଲିବାନ ସରକାରକୁ ବଞ୍ଚାଇ ରଖିବା ଦିଗରେ ଚୀନ ଉଦ୍ୟମ କରୁଛି। ଅନ୍ୟଥା ଏଠାରେ ଆମେରିକା ପୂନର୍ବାର ହସ୍ତକ୍ଷେପ କରିବାର ଆଶଙ୍କା ରହିଛି। ତାଲିବାନକୁ ଚୀନର ସମର୍ଥନର ଅନ୍ୟ କେତେକ କାରଣ ରହିଛି। କାରଣ ଇରାନ ଓ ଉପସାଗରୀୟ ରାଷ୍ଟ୍ରକୁ ସଂଯୋଗ ନିମନ୍ତେ ଚୀନର ପ୍ରମୁଖ ମାଧ୍ୟମ ହେଉଛି ଆଫଗାନିସ୍ତାନ। ଆଫଗାନିସ୍ତାନ ଦେଇ ଚୀନ ଏହାର ବେଲ୍ଟ ଆଣ୍ଡ ରୋଡ ପ୍ରକଳ୍ପ ନିର୍ମାଣ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking