29.1 C
Bhubaneswar
Sunday, September 29, 2024
Homeଅପରାଧ୭ ବର୍ଷର ଝିଅ ସହ ବାପା ଯାହା କଲା.... ସେଥିରେ ସାବତ ମା’....

୭ ବର୍ଷର ଝିଅ ସହ ବାପା ଯାହା କଲା…. ସେଥିରେ ସାବତ ମା’….

ଲକ୍ଷ୍ନୌ: ମା’ମୁହଁ ବନ୍ଦ କଲେ, ବାପା ଦୁଷ୍କର୍ମ କଲେ ! ୭ ବର୍ଷର ଝିଅକୁ ନିଜ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସନ୍ତାନକୁ ସୁରକ୍ଷା ଦେବା ବଦଳରେ ପିଶାଚ ସାଜି ଇଜ୍ଜତ ଲୁଟିଲେ ନିଜ ବାପା । ଆଉ ଏଥିରେ ଦ୍ୱିତୀୟ ପତ୍ନୀ ତାଙ୍କର ସାଥ୍ ଦେଇଥିଲେ । ଏଭଳି ଅମାନବୀୟ, ଲଜ୍ଜାକର ଘଟଣା ଉତ୍ତରପ୍ରଦେଶର ବରେଲିରେ ଘଟିଛି । ଦ୍ୱିତୀୟ ପତ୍ନୀ ସହ ମିଶି ଜଣେ ବ୍ୟକ୍ତି ନିଜ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ କୁନି ଝିଅର ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ବାପା ଓ ସାବତ ମା’ଙ୍କୁ ଗିରଫ କରିଛି । ଏହାସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଜେଲ୍‌ରୁ ବାହାରିବା ପରେ ସେ ନିଜ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ସବୁଠାରୁ ଲଜ୍ଜାକର କଥା, ଏସବୁ ପଛରେ କୁନି ଝିଅର ସାବତ ମା’ଙ୍କ ମଧ୍ୟ ହାତ ଅଛି । ଏସବୁ କାମ ପାଇଁ ମହିଳା ଜଣକ ସ୍ୱାମୀଙ୍କ ସାଥ୍ ଦେଇଥିଲେ। ଯେଭଳି ଝିଅର ଚିତ୍କାର କାହାକୁ ନଶୁଭିବ, ଏଥିପାଇଁ ତାଙ୍କର ମୁହଁ ବନ୍ଦ କରି ଦେଇଥିଲେ ସମ୍ପୃକ୍ତ ମହିଳା । ସୂଚନା ଅନୁଯାୟୀ, ବହେଡିର ଏକ ଗାଁରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ୭ ବର୍ଷ ଝିଅକୁ ତାଙ୍କ ବାପା ଦୁଷ୍କର୍ମ କରିଥିବା ଝିଅର ସମ୍ପର୍କୀୟ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଅଭିଯୁକ୍ତ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଛି । ଏଭଳି ମାମଲାରେ ଉକ୍ତ ବ୍ୟକ୍ତି ଜଣକ ପୂର୍ବରୁ ଜେଲ୍ ମଧ୍ୟ ଯାଇସାରିଛନ୍ତି । ପୁରା ଘଟଣା ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking