28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶତୁନିଷାଙ୍କ ପରେ ଆତ୍ମହତ୍ୟା କଲେ ଆଉ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଲୀନା ନାଗବଂଶୀ

ତୁନିଷାଙ୍କ ପରେ ଆତ୍ମହତ୍ୟା କଲେ ଆଉ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଲୀନା ନାଗବଂଶୀ

ନୂଆଦିଲ୍ଲୀ: ଗତ କିଛିଦିନ ହେଲାଣି ଟିଭି ଇଣ୍ଡଷ୍ଟ୍ରୀରେ ଅନେକ ଘଟଣା ଘଟିଛି। ଚାଲୁଥିବା ଟିଭି ସିରିଅଲ ଅଲ୍ଲୀ ବାବା ଦାସ୍ତନ ଏ କବୁଲର ସୁଟିଂ ସେଟରେ ୨୦ ବର୍ଷୀୟ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ତେବେ ତୁନିଷାଙ୍କ ମୃତ୍ୟୁକୁ ୪ ଦିନ ହୋଇନ ଥିବା ବେଳେ ଆଉ ଜଣେ ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଯୁବତୀଙ୍କ ବୟସ ୨୨ ବର୍ଷ ।

ତୁନିଷାଙ୍କ ପରେ ଲୀନା ନାଗବଂଶୀ ନିଜ ଜୀବନ ହାରିଛନ୍ତି । ଲୀନା ଜଣାଶୁଣା ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଏବଂ ୟୁଟ୍ୟୁବ ଚ୍ୟାନେଲର ହୋଷ୍ଟ ଥିଲେ । ଛତିଶଗଡ ଲୀନା ସୋସିଆଲ ମିଡିଆରେ ବେଶ ଲୋକପ୍ରିୟ ରହିଥିଲେ । ରିପୋର୍ଟ ମୁତାବକ, ଲୀନା ନାଗବଂଶୀଙ୍କ ମୃତଦେହ ଛାତ ଉପରେ ପଡିଥିବାର ମା’ ଦେଖିବାକୁ ପାଇଥିଲେ ।

୨୬ ଡିସେମ୍ବର ଦିନରେ ଲୀନାଙ୍କ ମା’ ମାର୍କେଟ ଯାଇଥିଲେ ଏବଂ ଲୀନା ଏକୁଟିଆ ଘରେ ରହିଥିଲେ । ମା’ ମାର୍କେଟରୁ ଫେରିବା ବେଳକୁ ଲୀନା ତାଙ୍କ ରୁମରେ ଦେଖିନଥିଲେ। ତେଣୁ ସେ ଘରର ଚାରିଆଡେ ଖୋଜିବା ପରେ ଛାତକୁ ଦେଖିବାକୁ ଯାଇଥିଲେ, ହେଲେ ଛାତର କବାଟ ବନ୍ଦ ରହିଥିବାରୁ ମା’ଙ୍କ ସନ୍ଦେହ ବଢିଥିଲା । ଏହାପରେ ମା’ ଜୋରରେ କବାଟ ଟାଣି ଖୋଲି ଦେଖିବା ବେଳକୁ ଝିଅର ମୃତଦେହ ଛାତରେ ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ମୃତ ଲୀନାଙ୍କ ମା’ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ତେବେ ପୋଲିସ ଏହି ଘଟଣା ଆତ୍ମହତ୍ୟା ବୋଲି ଅନୁମାନ କରୁଛି। ଏହାକୁ ନେଇ ତଦନ୍ତ ଆରମ୍ଭ କରିଦେଇଛି ପୋଲିସ।

ସୂଚନାଯୋଗ୍ୟ, ଟିଭି ସିରିଏଲ ‘ଅଲୀ ବାବା-ଦାସ୍ତାନ ଇ କବୁଲ’ରେ ଅଭିନୟ କରୁଥିଲେ ତୁନିଷା । ନାଇଗାଓଁରେ ସିରିଏଲର ଶୁଟିଂ ରହିଥିଲା । ଏଥିପାଇଁ ସେ ସେଟର ମେକଅପ୍ ରୁମରେ ଥିବା ଫ୍ୟାନରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ । ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଶୁଟିଂ ସେଟର କ୍ର୍ୟୁ ସଦସ୍ୟ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆତ୍ମହତ୍ୟା କରିବାର ୫ ଘଣ୍ଟା ପୂର୍ବରୁ ସେ ମେକ୍ଅପ୍ ରୁମରୁ ହିଁ ନିଜର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ମାତ୍ର ୨୦ବର୍ଷ ବୟସରେ ତୁନିଷା ଆତ୍ମହତ୍ୟା କରିବେ ଏହି ଖବରକୁ କେହି ବିଶ୍ବାସ କରି ପାରୁନାହାନ୍ତି। ତୁନିଷା ବ୍ୟବଚ୍ଛେଦ ରିପୋର୍ଟ କହୁଛି, ତାଙ୍କ ଶ୍ବାସରୁଦ୍ଧ ହୋଇଯାଇଥିବା ହେତୁ ମୃତ୍ୟୁ ହୋଇଛି।

ତୁନିଷାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଲଗାତାର ଯାଞ୍ଚ କରୁଛି। ତୁନିଷାଙ୍କୁ ମାନସିକ ଭାବେ ଆତ୍ମହତ୍ୟା ପାଇଁ ଉସୁକାଇଥିବାର ଶିଜାନ ଖାନଙ୍କ ନାମରେ ଅଭିଯୋଗ ହୋଇଛି । ଶିଜାନଙ୍କୁ ଗିରଫ କରାଯାଇ କୋର୍ଟ ହାଜର କରାଯାଇଥିଲା । ଏହା ପରେ ପୋଲିସ ତାଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking