ଭୁବନେଶ୍ୱର: ଭୁବନେଶ୍ୱରରୁ ସିଧା ଦୁବାଇକୁ ଉଡିବ ବିମାନ । କେବଳ ଦୁବାଇ ନୁହେଁ, ସିଙ୍ଗାପୁର ଓ ବ୍ୟାଙ୍କକକୁ ମଧ୍ୟ ସିଧା ବିମାନ ଚଳାଚଳ ଆରମ୍ଭ ହେବ । ଏହି ରୁଟ୍ରେ ବିମାନ ଚଳାଇବାକୁ ଆବେଦନ କରିଥିଲା ଇଣ୍ଡିଗୋ । ଯାହାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଇଣ୍ଡିଗୋ ୧୮୬ ସିଟ୍ ବିଶିଷ୍ଟ ବିମାନର ଚଳାଚଳ ଆରମ୍ଭ କରିବ । ବିମାନ ଚଳାଚଳର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ତେଣୁ ଟିକେଟରୁ ମିଳିବାକୁ ଥିବା ରାଜସ୍ୱ ରାଜ୍ୟ ସରକାର ରଖିବେ । ତିନୋଟି ସ୍ଥାନକୁ ସିଧା ଆର୍ନ୍ତଜାତିକ ବିମାନ ଉଡାଣ ଫଳରେ ଓଡିଶାବାସୀ ଅଳ୍ପ ଖର୍ଚ୍ଚରେ ସୁବିଧାରେ ଯାତ୍ରା କରିପାରିବେ ।