28.1 C
Bhubaneswar
Monday, September 30, 2024
Homeଦେଶ ବିଦେଶଏୟାରପୋର୍ଟରେ ହଜିଗଲା ମହମ୍ମଦ ସିରାଜଙ୍କ ବ୍ୟାଗ୍‌, ଏୟାର ଭିସ୍ତାରାକୁ ଟ୍ଵିଟ୍‌ କରି ନିବେଦନ କଲେ ସିରାଜ

ଏୟାରପୋର୍ଟରେ ହଜିଗଲା ମହମ୍ମଦ ସିରାଜଙ୍କ ବ୍ୟାଗ୍‌, ଏୟାର ଭିସ୍ତାରାକୁ ଟ୍ଵିଟ୍‌ କରି ନିବେଦନ କଲେ ସିରାଜ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ବ୍ୟାଗ୍‌ ଏୟାରପୋର୍ଟରେ ହଜିଗଲା । ସିରାଜ ବାଂଲାଦେଶ ବିପକ୍ଷ ସିରିଜ ଖେଳିବା ପରେ ଭାରତ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ବ୍ୟାଗ୍‌ ହଜିଯିବା ପରେ ଗୋଟେ ଦିନ ଅପେକ୍ଷା କରି ନ ମିଳିବା ପରେ ଟ୍ଵିଟରରେ ଅପିଲ କରିଥିଲେ ସିରାଜ। ଆଉ ସିରାଜଙ୍କ ଅପିଲ୍‌ ପରେ ଏୟାର ଭିସ୍ତାରା ଖୁବଶୀଘ୍ର ବ୍ୟାଗ୍‌ ଫେରାଇବ ବୋଲି ଆଶ୍ୱାସନା ଦେଇଛି ।

ସିରାଜ ‘ଏୟାର ଭିସ୍ତାରା’କୁ ଟ୍ୟାଗ୍‌ କରି ଏକ ଟ୍ଵିଟ୍‌ କରିଥିଲେ, ୨୬ ଡିସେମ୍ବର ଫ୍ଲାଇଟ ନଂ ୟୁକେ ୧୮୨ ଏବଂ ୟୁକେ ୯୫୧ରୁ ଢାକାରୁ ଦିଲ୍ଲୀ ଦେଇ ମୁମ୍ବାଇ ଆସିଥିଲେ ସିରାଜ। ଚେକ୍‌ ଇନ କରିବା ସମୟରେ ତାଙ୍କର ୩ଟି ବ୍ୟାଗ୍‌ ଥିଲା, ଯେଉଁଥିରୁ ଗୋଟେ ବ୍ୟାଗ୍‌ ହଜିଯାଇଛି । ଆଉ ମୁଁ ଆଶା କରୁଛି, ମୋତେ ମୋ’ ବ୍ୟାଗ୍‌ ନିଶ୍ଚିତ ମିଳିବ, ଆଉ ମୋ ପାଖରେ ପହଞ୍ଚିବ। କିନ୍ତୁ ଏପର୍ଯ୍ୟନ୍ତ ମୋତେ କୌଣସି ଅପଡେଟ୍‌ ମିଳିନାହିଁ ।

ସିରାଜ ଏହି ଟ୍ଵିଟ ସହିତ ବ୍ୟାଗେଜ ରିପୋର୍ଟ ଫଟୋ ମଧ୍ୟ ସେୟାର କରିଛନ୍ତି। ସିରାଜ ଲେଖିଛନ୍ତି, ସେହି ବ୍ୟାଗ୍‌ରେ ମୋର ସମସ୍ତ ଜରୁରୀ ଜିନିଷ ରହିଥିଲା। ମୁଁ ଆପଣଙ୍କୁ ନିବେଦନ କରୁଛି, ଆପଣ ବ୍ୟାଗ୍‌ ଖୋଜିବା ପ୍ରକ୍ରିୟା ଆରମ୍ଭ କରିଦିଅନ୍ତୁ ଏବଂ ଯେତେ ଶୀଘ୍ର ହେବ ମୋତେ ହାଇଦ୍ରାବାଦକୁ ପଠାଇଦିଅନ୍ତୁ।

ସିରାଜଙ୍କ ଟ୍ଵିଟର ଜବାବ ଦେଇ ଭିସ୍ତାରା କହିଛି, ହଲୋ ମିଷ୍ଟର ସିରାଜ, ଏହା ଜାଣି ଆମେ ଆଶ୍‌ଚର୍ଯ୍ୟ। ଆମ ଷ୍ଟାଫ ଆପଣଙ୍କ ବ୍ୟାଗ୍‌ ବିଷୟରେ ଜାଣିବା ପାଇଁ ସମସ୍ତ ଚେଷ୍ଟାକରୁଛି। ଯେତେ ଜଲଦି ଆପଣଙ୍କ ବ୍ୟାଗ୍‌ ମିଳିବ, ସେତେ ଶୀଘ୍ର ଆମେ ଆପଣଙ୍କୁ ପଠାଇଦେବୁ । ଆଉ ଆପଣଙ୍କୁ ସମୟ ମିଳିଲେ, ଦୟାକରି ଆପଣଙ୍କ କଣ୍ଟାକ୍ଟ ନମ୍ବର ପଠାଇବାକୁ ଅନୁରୋଧ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking