ନୂଆଦିଲ୍ଲୀ : ପ୍ରାୟତଃ ସୋସିଆଲ ମିଡିଆରେ ଏହିପରି ଜିନିଷ ଭାଇରାଲ ହୁଏ, ଯାହା ଦେଖି ୟୁଜର୍ସ ତାଜୁବ ହୋଇଯାଆନ୍ତି। ବର୍ତ୍ତମାନ ଇଣ୍ଟରନେଟ୍ରେ ଚର୍ଚ୍ଚାର ବିଷୟ ପାଲଟିଥିବା ଥୋମାସ ଭେଡର୍ସଙ୍କ କାହାଣୀ ମଧ୍ୟ ୟୁଜର୍ସଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି କାହାଣୀ ହିଷ୍ଟୋରିକ୍ ବିଡ୍ସ ନାମକ ଏକ ଟ୍ୱିଟର ପେଜ୍ରେ ସେୟାର କରାଯାଇଛି।
ନଭେମ୍ବର ୧୨ ରେ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଫଟୋଟି ସେୟାର କରାଯାଇଛି। ଯେଉଁଥିରେ ଲେଖାଯାଇଛି, ମିଷ୍ଟର୍ ଭେଡର୍ସଙ୍କ ନାକ ୭.୫ ଇଞ୍ଚ ଲମ୍ବ ମାପ କରାଯାଇଛି। ଗିନିଜ ୱାର୍ଲ୍ଡ ରେକର୍ଡସର ୱେବସାଇଟରେ ଏହି ବ୍ୟକ୍ତିଙ୍କ ବିଷୟରେ ଏକ ପେଜ୍ ଅଛି, ଯାହା ତାଙ୍କ ବିଷୟରେ ସୂଚନା ଦେଇଛି।
ହିଷ୍ଟୋରିକ୍ ବିଡ୍ସ ତାହାର ଟ୍ୱିଟ୍ରେ କହିଛି, ଥୋମାସ୍ ୱେଡହାଉସ୍ ଜଣେ ଇଂରାଜୀ ସର୍କସ୍ କଳାକାର ଥିଲେ, ଯିଏକି ଅଷ୍ଟାଦଶ ଶତାବ୍ଦୀରେ ରହୁଥିଲେ। ସେ ଦୁନିଆର ସବୁଠୁ ଲମ୍ବା ନାକ ପାଇଁ ପ୍ରସିଦ୍ଧ, ଯାହାର ଲମ୍ବ ୭.୫ ଇଞ୍ଚ (୧୯ ସେମି)। ଏହି ଟ୍ୱିଟକୁ ୧.୨୦ ଲକ୍ଷରୁ ଅଧିକ ୟୁଜର୍ସ ଲାଇକ୍ କରିଛନ୍ତି ଏବଂ ୭,୨୦୦ ରୁ ଅଧିକ ଲୋକ ରିଟ୍ୱିଟ୍ କରିଛନ୍ତି।
ଗିନିଜ ୱାର୍ଲ୍ଡ ରେକର୍ଡସ ଏହାର ୱେବସାଇଟରେ ମିଷ୍ଟର୍ ଭେଡର୍ସଙ୍କ ସଫଳତାକୁ ସ୍ୱୀକାର କରି କହିଛି, ‘୧୭୭୦ ଦଶକରେ ଭେଡର୍ସ ଇଂଲଣ୍ଡରେ ରହୁଥିଲେ ଏବଂ ସର୍କସର ସଦସ୍ୟ ଥିଲେ, ତାଙ୍କର ନାକ ୧୯ ସେମି (୭.୫ ଇଞ୍ଚ) ମାପ କରାଯାଇଥିଲେ।
Thomas Wadhouse was an English circus performer who lived in the 18th century. He is most famously known for having the world's longest nose, which measured 7.5 inches (19 cm) long. pic.twitter.com/Gx3cRsGXxd
— Historic Vids (@historyinmemes) November 12, 2022