ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ସୋସିଆଲ ମିଡିଆ ବହୁଳ ମାତ୍ରାରରେ ବ୍ୟବହାର କରୁଛନ୍ତି । ପିଲାଙ୍କ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ବ୍ୟକ୍ତି ଏହି ସୋସିଆଲ ମିଡିଆ ଉପରେ ନିର୍ଭର ଶୀଳ । ତେବେ ବ୍ୟାଙ୍କିଂ ସେବା ହେଉ ଅବା ସପିଙ୍ଗ କିମ୍ବା କାହା ସହ କଥା ସମସ୍ତ କାର୍ଯ୍ୟ ଏହି ସୋସିଆଲ ମିଡିଆ ମାଧ୍ୟମରେ ହୋଇ ପାରୁଛି । ତେବେ ଏହି ସୋସିଆଲ ମିଡିଆର ବ୍ୟବହାର ମଣିଷ ସମାଜକୁ ସତେ ଯେପରି ଗ୍ରାସ କରିଛି । ଏହାରି ମଧ୍ୟରେ ହୋଇଥିବା ଏକ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ ଚାଇନା ପରେ ଭାରତରେ ସବୁଠାରୁ ଅଧିକ ମାତ୍ରାରେ ଏହି ସୋସିଆଲ ମିଡିଆ ବ୍ୟବହାର ହେଉଛି ।
ବିଶେଷଜ୍ଞମାନେ ତାଙ୍କର ଏହି ରିସର୍ଚ୍ଚରେ ୧୫୪ ଲୋକଙ୍କୁ ସାମିଲ କରିଥିଲେ ଯେଉଁଥିରେ ୧୮ ରୁ ୭୨ ବର୍ଷ ବୟସର ଲୋକଥିଲେ । ତେବେ ତାଙ୍କର ଏହି ରିସର୍ଚ୍ଚ ଅନୁଯାୟୀ ଯେଉଁମାନେ ସୋସିାଲ ମିଡିଆ ବ୍ୟହହାର କରୁଛନ୍ତି ସେମାନେ ଡିପ୍ରେସନ୍ ,ଏନଜାଇଟ୍ ପରି ଅନେକ ମାନସିକ ରୋଗର ଶିକାର ହୋଇଥାନ୍ତି । ଯାହାଫଳରେ ସେମାନେ କିଛି ଭୁଲ ପଦକ୍ଷେପ ନେଇଥାନ୍ତି କିମ୍ବା ଅପରାଧ କରିଥାନ୍ତି ।