33.1 C
Bhubaneswar
Sunday, September 29, 2024
Homeଅପରାଧମଦ ପିଇବା ପାଇଁ ଟଙ୍କା ନଦେବାରୁ ପଥର ଛେଚି ହତ୍ୟା କଲେ ନାବାଳକ

ମଦ ପିଇବା ପାଇଁ ଟଙ୍କା ନଦେବାରୁ ପଥର ଛେଚି ହତ୍ୟା କଲେ ନାବାଳକ

ବ୍ରହ୍ମପୁର: ମଦ ପିଇବାକୁ ଟଙ୍କା ନଦେବାରୁ ପଥରରେ ଛେଚି ଜଣେ ବ୍ୟକ୍ତିକୁ ହତ୍ୟା କରିଛି ନାବାଳକ । ମଦ୍ୟପ ନାବାଳକ ଜଣଙ୍କ ପ୍ରେମନଗର ଅଞ୍ଚଳ ଗୋପାଳକୃଷ୍ଣ ପାତ୍ରଙ୍କୁ ଟଙ୍କା ମାଗିଥିଲେ । ଉକ୍ତ ବ୍ୟକ୍ତି ଜଣଙ୍କ ଟଙ୍କା ନଦେବାକୁ ନାବାଳକ ଜଣକ ତାଙ୍କୁ ପଥର ସାହାଯ୍ୟରେ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲା । ସନ୍ଧ୍ୟା ସମୟରେ ଜନ ଗହଳିପୂର୍ଣ୍ଣ ରାସ୍ତା ପ୍ରେମ ନଗର ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ କିଛି ସ୍ଥାନୀୟ କୋକ ଅଭିଯୁକ୍ତ ନାବାଳକଙ୍କୁ କାବୁ କରିଥିଲେ । ଖବର ପାଇ ବଡ଼ ବଜାର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀ ନାବାଳଙ୍କୁ କାବୁ କାରିବା ସହ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ଏମ୍‌କେସିଜିରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଅନ୍ୟପକ୍ଷରେ ଅଭିଯୁକ୍ତ ନାବଳକଙ୍କ ସମେତ ଅନ୍ୟ କିଛି ଜଣଙ୍କ ନାମରେ ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଆଜି ଏହି ଘଟଣାରେ ପୁଲିସ ଅଭିଯୁକ୍ତ ନାବାଳକ ଜଣଙ୍କୁ ଜୁଭେନାଏଲ୍ ଜଷ୍ଟିସ ବୋର୍ଡ(ଜେଜେଭି)ରେ ହାଜର କରିଥିଲା । ଜେଜେଭିର ନିର୍ଦ୍ଦେଶ କ୍ରମେ ପୁଲିସ ତାଙ୍କୁ ବାଳସୁଧାର ଗୃହରେ ଛାଡ଼ି଼ଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗୋପାଳକୃଷ୍ଣ ପାତ୍ରଙ୍କ ଦୁଇ ଭାଇ ଭୁବନେଶ୍ୱରରେ ରହୁଥିବା ବେଳେ ସେ ପ୍ରେମ ନଗରରେ ତାଙ୍କ ବୁଢ଼ୀ ମାଆଙ୍କ ନିକଟରେ ରହୁଥିଲେ । କିଛି ବର୍ଷ ପୂର୍ବେ ତାଙ୍କ ସ୍ତ୍ରୀଙ୍କ ସହ ତାଙ୍କର ଛାଡପତ୍ର ହୋଇଥିଲା । ଗତ ଦୁଇ ଦିନ ପୂର୍ବେ ସେ ସନ୍ଧ୍ୟା ସମୟରେ ଦଶହରା ପାଇଁ କିଛି ପୂଜା ସାମଗ୍ରୀ ଆଣିବା ନିମନ୍ତେ ସାଇକେଲ୍ ନେଇ ବଜାରକୁ ଯାଇଥିଲେ । ଏହି ସମୟରେ ପ୍ରେମ ନଗର ଛକ ନିକଟରେ କିଛି ନିଶାଶକ୍ତ ନାବାଳକ ଏକାଠି ହୋଇ ମଦ୍ୟପାନ କରୁଥିଲେ ।

ଉକ୍ତ ନାବାଳକମାନେ ଗୋପାଳଙ୍କୁ ଦେଖି ମଦ ପିଇବା ନିମନ୍ତେ ଟଙ୍କା ମାଗିଥିଲେ । ଏହାକୁ ଗୋପାଳ ବାରଣ କରିବାରୁ ନାବାଳକମାନେ ତାଙ୍କୁ ପ୍ରଥମେ ଏକ ପଥର ସାହାଯ୍ୟରେ ମୁଣ୍ଡକୁ ଆକ୍ରମଣ କରିଥିଲେ । ଯାହାଫଳରେ ଗୋପାଳଙ୍କ ମୁଣ୍ଡରୁ ରକ୍ତସ୍ରାବ ହେବା ସହ ସେ ତଳେ ପଡିଯାଇଥିଲେ । ଏହାକୁ ଦେଖି ଲୋକେ ସେଠାରେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ନାବାଳକ ଜଣକ ପୁଣି ଏକ ବଡ ପଥର ଧରି ଆସି ଗୋପାଳଙ୍କ ମୁଣ୍ଡ ଉପରେ ଛେଚି ଦେଇଥିଲେ । ଏଭଳି ଗୋପାଳକୁ ଆକ୍ରମଣ ଫଳରେ ତାଙ୍କ ଶରୀର ବିଭିନ୍ନ ସ୍ଥାନ ସହ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

ପରେ ସେଠାରେ ଥିବା କିଛି କୋକ ନାବାଳକଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତାଙ୍କୁ କାବୁ କାରିବା ସହ ଆହତ ଗୋପାଳଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ନିମନ୍ତେ ଏମ୍‌କେସିଜିରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲା । ଏନେଇ ପୁଲିସ ତାଙ୍କ ଘର ଲୋକଙ୍କୁ ଯୋଗା ଯୋଗ କାରିଥିଲା । ଖବର ପାଇ ମୃତ ଗୋପାଳଙ୍କ ବଡ଼ ଭାଇ ବାଳକୃଷ୍ଣ ପାତ୍ର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ପୁଲିସ ବଡ଼ ବଜାର ଥାନା ଅନ୍ତର୍ଗତ ଧାନାମେରା ସାହିର ଜଣେ ନାବାଳକଙ୍କୁ କାବୁ କରିଛି । ନାବାଳକଙ୍କ ନାମରେ ପୂର୍ବରୁ ବଡ଼ବଜାର ଥାନାରେ ଦୁଇଟି ଚୋରି ମାମଲା ରହିଥିବା ବେଳେ ୧୫ ଦିନ ପୂର୍ବେ ସେ ଜାମିନରେ ଆସିଥିଲେ । ଅନ୍ୟପକ୍ଷରେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ପୁଲିସ ଖୋଜୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking