33.1 C
Bhubaneswar
Sunday, September 29, 2024
Homeଅପରାଧମା’ ହେଲେ ନାବାଳିକା, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

ମା’ ହେଲେ ନାବାଳିକା, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

ବାରିକପୁର: ଭଣ୍ଡାରିପୋଖରୀ ଥାନା ରଣଜିତ ପଞ୍ଚାୟତ ଅଞ୍ଚଳର ଜଣେ ନାବାଳିକା କନ୍ୟା ସନ୍ତାନର ମା’ ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୪ବର୍ଷର ଝିଅ ଏବେ ଯାଜପୁର ମେଡିକାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛି । ଉକ୍ତ ଅଞ୍ଚଳର ଜନୈକ ଯୁବକ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା କାରଣରୁ ଯୁବତୀ ଜଣକ ମା’ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ନାବାଳିକାଙ୍କ ପିତା ଥାନାରେ ଅଭିଯୋଗ କରିଥିବା ବେଳେ ନ୍ୟାୟ ପାଇଁ ନିବେଦନ କରିଛନ୍ତି । ଏପରିକି ଏ ବିଷୟରେ ସମ୍ପୃକ୍ତ ଯୁବକ ଓ ତାଙ୍କ ପରିବାର ବର୍ଗଙ୍କୁ ପଚାରିବାରୁ ନାବାଳିକାଙ୍କ ପିତାଙ୍କୁ ଜୀବନରୁ ମାରିଦେବାକୁ ସେମାନେ ଉଦ୍ୟତ ହୋଇଥିବା ଅଭିଯୋଗ ହୋଇଛି । ପୁଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking