29.1 C
Bhubaneswar
Sunday, September 29, 2024
Homeଖେଳଟି-୨୦ରେ ଦ୍ୱିଶତକ ଲଗାଇଲେ କର୍ଣ୍ଣୱାଲ୍‌

ଟି-୨୦ରେ ଦ୍ୱିଶତକ ଲଗାଇଲେ କର୍ଣ୍ଣୱାଲ୍‌

କମିଙ୍ଗ୍‌(ଆମେରିକା): ୱେଷ୍ଟ୍‌ଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରଖିମ୍ କର୍ଣ୍ଣୱାଲ୍ ଟି-୨୦ କ୍ରିକେଟ୍‌ରେ ଦ୍ୱିଶତକ ଅର୍ଜନ କରିଛନ୍ତି । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଜଣକ ଗୁରୁବାର ଆମେରିକାରେ ଖେଳାଯାଉଥିବା ଆଟଲାଣ୍ଟା ଓପନ୍ ୨୦୨୦ ଲିଗ୍‌ରେ ମାତ୍ର ୭୭ଟି ବଲ୍‌ର ସମ୍ମୁଖୀନ ହୋଇ ୨୦୫ ରନ୍‌ର ଅପରାଜିତ ଇନିଂସ ଖେଳି ରେକର୍ଡବୁକ୍‌ରେ ନିଜର ନାମକୁ ସାମିଲ୍ କରିଛନ୍ତି । ତାଙ୍କର ଏହି ଦମ୍‌ଦାର ଇନିଂସରେ ୧୭ଟି ଚୌକା ଓ ୨୨ଟି ଛକା ରହିଥିଲା । ତାଙ୍କର ଏହି ଇନିଂସକୁ ଆଧାର କରି ଆଟଲାଣ୍ଟା ଫାୟାର୍ ପ୍ରତିଦ୍ୱନ୍ଦ୍ୱୀ ସ୍କୋୟାର୍ ଡ୍ରାଇଭ୍ ଆଗରେ ୩୨୭ ରନ୍‌ର କଷ୍ଟସାଧ୍ୟ ଟାର୍ଗେଟ୍ ରଖିଥିଲା ।

କର୍ଣ୍ଣୱାଲ୍ ମାତ୍ର ୪୩ଟି ବଲ୍‌ରେ ଶତକ ପୂରଣ କରିବା ପରେ ୭୪ତମ ବଲ୍‌ରେ ଦ୍ୱିଶତକରେ ପହଞ୍ଚିଥିଲେ । ଷ୍ଟିଭେନ୍ ଟେଲର୍‌ଙ୍କ ସହ ଇନିଂସ ଆରମ୍ଭ କରିଥିବା ୨୯ ବର୍ଷୀୟ କର୍ଣ୍ଣୱାଲ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ୍‌ଟି ୫ ତାରିଖରୁ ଆରମ୍ଭ ହୋଇଛି ଓ ଏହା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ମୋଟ ୧୬ଟି ଟିମ୍ ଅଂଶଗ୍ରହଣ କରିଛନ୍ତି ଓ ସେମାନଙ୍କୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି । ଟୁର୍ଣ୍ଣାମେଣ୍ଟ୍‌ର ଚାମ୍ପିଅନ୍ ଯିମ୍‌କୁ ୭୫ ହଜାର ଓ ରନର୍ସଅପ୍ ଟିମ୍‌କୁ ୨୦ ହଜାର ଡଲାର୍ ପୁରସ୍କାର ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking