33.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶସଫୋରାଙ୍କ ବିଶ୍ବବିଦ୍ୟାଳୟ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଲା ଜାମିଆ

ସଫୋରାଙ୍କ ବିଶ୍ବବିଦ୍ୟାଳୟ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଲା ଜାମିଆ

ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିୟା ବିଶ୍ବବିଦ୍ୟାଳୟ ରିସର୍ଚ୍ଚ ସ୍କଲାର ତଥା ସାମାଜିକ କର୍ମୀ ସଫୋରା ଜରଗରଙ୍କ ବିଶ୍ୱବିଦ୍ୟାଳୟରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି । ପୂର୍ବରୁ ଜାମିଆ ମିଲିଆ ପକ୍ଷରୁ ସଫୋରା ଜରଗରଙ୍କ ଏମଫିଲ୍ ଆଡମିସନ ବାତିଲ କରାଯାଇଥିଲା । ଏହା ପରେ ଛାତ୍ରମାନେ କ୍ୟାମ୍ପସରେ ଜୋରଦାର ପ୍ରଦର୍ଶନ କରିଥିଲେ । ଏହି ସମୟରେ ଛାତ୍ରମାନଙ୍କ ଦ୍ୱାରା ଉତ୍ତେଜନାମୂଳକ ସ୍ଲୋଗାନ ଦିଆଯାଇଥିଲା । ଜାମିଆ ରିସର୍ଚ ସ୍କଲାର ଏବଂ ଏକ୍ଟିଭିଟିଜ୍ ବିଭାଗ ସଫୋରା ଜରଗରଙ୍କୁ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିବାକୁ ବାରଣ କରିଛି । ସବୁ ତଥ୍ୟ ଦାଖଲ ନକରିବା କାରଣରୁ ଏମଫିଲରେ ଆଡମିସନ ବାତିଲ କରାଯାଇଛି ବୋଲି କାରଣ ଦର୍ଶାଯାଇଛି। ସୂତ୍ରରୁ ଜଣାପଡ଼ିଛି, ପୂର୍ବତନ ଛାତ୍ର ସଫୋରା ଜରଗର କିଛି ଛାତ୍ରଙ୍କ ସହ ମିଶି କ୍ୟାମ୍ପସରେ ଅପ୍ରାସଙ୍ଗିକ ତଥା ଆପତ୍ତିଜନକ ପ୍ରସଙ୍ଗ ଉଠାଇ ଆନ୍ଦୋଳନ କରୁଛନ୍ତି । ବିକ୍ଷୋଭ ତଥା ପଦଯାତ୍ରା ଆୟୋଜନ କରିବାରେ ମଧ୍ୟ ନତେୃତ୍ବ ନେଉଛନ୍ତି। ବିଶ୍ୱବିଦ୍ୟାଳୟର ଅନ୍ୟ କେତେକ ଛାତ୍ରଙ୍କୁ ଉସକାଇ ନିଜର ସଂକୀର୍ଣ୍ଣ ରାଜନୈତିକ ଏଜେଣ୍ଡା ପାଇଁ ବିଶ୍ୱବିଦ୍ୟାଳୟ ପ୍ଲାଟଫର୍ମକୁ ବ୍ୟବହାର କରିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି । ଏଥିସହ ସେ ଅନୁଷ୍ଠାନର ସାଧାରଣ କାର‌୍ୟ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଉପରୋକ୍ତ ଦୃଷ୍ଟିରୁ କ୍ୟାମ୍ପସରେ ଶାନ୍ତିପୂର୍ଣ୍ଣ ପାଠ୍ୟ ପରିବେଶ ବଜାୟ ରଖିବା ପାଇଁ ପୂର୍ବତନ ଛାତ୍ର ସଫୋରା ଜରଗରଙ୍କୁ କ୍ୟାମ୍ପସ ପ୍ରବେଶ ବାରଣ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking