28.1 C
Bhubaneswar
Monday, September 30, 2024
Homeଓଡିଶାପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ ତମ ଜନ୍ମଦିନ ଅବସରରେ ଆଜିଠୁ ୧୫ ଦିନିଆ ‘ସେବାପକ୍ଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ ତମ ଜନ୍ମଦିନ ଅବସରରେ ଆଜିଠୁ ୧୫ ଦିନିଆ ‘ସେବାପକ୍ଷ

ମୋଦିଜୀଙ୍କ ପ୍ରୟାସ ଏବଂ କାର୍ଯ୍ୟ ‘ନୂତନ ଭାରତ’ ସଂକଳ୍ପକୁ ବାସ୍ତବ ରୂପ ଦେବା ଦିଗରେ ଆଗେଇ ନେଉଛି: ସମୀର ମହାନ୍ତି
 ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଆଜି ରାଜ୍ୟର ବିଭିନ୍ନ ଦେବାଳୟମାନଙ୍କରେ ମୋଦିଜୀଙ୍କ ଦୀର୍ଘ, ନିରାମୟ ଓ ସୁସ୍ଥ ଜୀବନର କାମନା କରାଯାଇ ପୂଜାର୍ଚ୍ଚନା
 ଯୁବ ମୋର୍ଚ୍ଚା ତରଫରୁ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଅନୁଷ୍ଠିତ
 ଭୁବନେଶ୍ୱରଠାରେ ଅନୁଷ୍ଠିତ ସେବାପକ୍ଷ ପାଳନ ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ କାର୍ଯ୍ୟକର୍ତାଙ୍କ ରକ୍ତଦାନ ପାଇଁ ନାମ ପଂଜୀକରଣ
ଭୁବନେଶ୍ୱର,: ୨୦୧୪ ମସିହାରେ ଶାସନ ଭାରର ଯାତ୍ରା ଆରମ୍ଭ କରିବା ପରେ ଅବିଶ୍ରାନ୍ତ ଗତିରେ ଦିନରାତି କାମ କରିଚାଲିଛନ୍ତି । ତାଙ୍କର ପ୍ରୟାସ ଏବଂ କାର୍ଯ୍ୟ ନୂତନ ଭାରତ ସଂକଳ୍ପକୁ ବାସ୍ତବ ରୂପ ଦେବା ଦିଗରେ ଆଗେଇ ନେଉଛି । ଜଣେ ସାଂଗଠନିକ ବ୍ୟକ୍ତି, ଜଣେ ମୁଖ୍ୟମନ୍ତ୍ରୀ ଏବଂ ବର୍ତମାନ ପ୍ରଧାନମନ୍ତ୍ରୀ ଭାବେ ଦାୟୀତ୍ୱ ନିର୍ବାହ କରୁଥିବା ପ୍ରିୟ ମୋଦିଜୀ ସମାଜର ଅବହେଳିତ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉତ୍‌ଥାନ ତଥା ଦଳିତ, ଆଦିବାସୀ ଓ ମହିଳାମାନଙ୍କ ପାଇଁ ଅନେକ ଜନକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟନ୍ୱୟନ କରିଛନ୍ତି । ଜନଭାଗିଦାରୀକୁ ଆଧାର କରି ପ୍ରଧାନମନ୍ତ୍ରୀ ମୋଦିଜୀ ଆଜି ଦେଶ ପାଇଁ ଅନେକ ଅକଳ୍ପନୀୟ ସକାରାତ୍ମକ ପରିଣାମ ହାସଲ କରି ଭାରତବର୍ଷର ମାନ ଓ ସମ୍ମାନ ବିଶ୍ୱ ଦରବାରରେ ବୃଦ୍ଧି କରିବାରେ ସଫଳ ହୋଇଛନ୍ତି । ଆଜି ସେହି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିନ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ୧୫ ଦିନ ଧରି ‘ସେବାପକ୍ଷ’ ସମଗ୍ର ଦେଶରେ ବିଭିନ୍ନ ପ୍ରକାରର ସେବା କାର୍ଯ୍ୟମାନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରାଜ୍ୟର କୋଣ ଅନୁକୋଣରେ ବିଜେପି କାର୍ଯ୍ୟକର୍ତାମାନେ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ବିଭିନ୍ନ ମନ୍ଦିର ଓ ଦେବାଳୟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ତାଙ୍କର ନିରାମୟ ଓ ଦୀର୍ଘଜୀବନ କାମନା କରିଛନ୍ତି । ଏଥିସହ ଯୁବ ମୋର୍ଚ୍ଚା ତରଫରୁ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇ ରକ୍ତ ସଂଗ୍ରହ କରାଯାଇଛି ।
ଭୁବନେଶ୍ୱରଠାରେ ଅନୁଷ୍ଠିତ ସେବାପକ୍ଷକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ମହାନ୍ତିଙ୍କ ସମେତ ବହୁ କାର୍ଯ୍ୟକର୍ତା ରକ୍ତଦାନ ପାଇଁ ପଂଜୀକରଣ କରିଛନ୍ତି । ‘ସେବାପକ୍ଷ’ ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାରେ ବୃକ୍ଷ ରୋପଣ, ବିଭିନ୍ନ ସେବାମୂଳକ କାର୍ଯ୍ୟ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, କୃତ୍ରିମ ଅଙ୍ଗ ଓ ଉପକରଣ ପ୍ରଦାନ, ଅମୃତ ସରୋବରର ସ୍ୱଚ୍ଛତା, ଏବଂ ମୋଦିଜୀଙ୍କ ଜୀବନିକୁ ନେଇ ପ୍ରଦର୍ଶନୀମାନ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବ । ଗୋଟିଏ ପକ୍ଷ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜନହିତକାରୀ ଯୋଜନାର ବର୍ତମାନ ସାଧାରଣ ଜନତାଙ୍କ ନିକଟକୁ ପହଂଚାଇବା ପାଇଁ ପ୍ରୟାସ କରାଯିବ । ସେବାପକ୍ଷ ଅବସରରେ ୧୭ ତାରିଖ ଦିନ ମୋଦିଜୀଙ୍କ ଜନ୍ମଦିନ, ୨୫ ତାରିଖ ଦିନ ପଣ୍ଡିତ ଦୀନଦାୟାଲଜୀଙ୍କ ଜୟନ୍ତୀ ଏବଂ ଅକ୍ଟୋବର ୨ ତାରିଖ ଦିନ ଗାନ୍ଧୀ ଜୟନ୍ତୀ ପାଳନ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଂଟିଆ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍‌, ଜିଲ୍ଲା ସାଧାରଣ ସଂପାଦକ ହିମାଂଶୁ ଶେଖର ଛୋଟରାୟ, ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ମାନସୀ ରାୟ, ତୃପ୍ତିମୟୀ ମକଦ୍ଦମ, ସୁର ଜେନା, ତାପସ ଦଳାଇ, ବିଜୟ ରାଉତ, ଜଗନ୍ନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ, ନିରାମୟ ଓ ସୁସ୍ଥ ଜୀବନ କାମନା କରି ପୋଷ୍ଟକାର୍ଡ ଜରିଆରେ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାଶିସ୍ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି । ଅନୁଗୁଳ, ଭଦ୍ରକ, ବାଲେଶ୍ୱର, ବରଗଡ, ବଲାଙ୍ଗିର, ବୌଦ୍ଧ, କଟକ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଘୁମୁସୁର, ଗଂଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, କେନ୍ଦୁଝର, ମୟୂରଭଂଜ, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର, ରାଉରକେଲା, କନ୍ଧମାଳ, କୋରାପୁଟ ଜିଲ୍ଲାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking