27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶସ୍କୁଲ୍ ବସରେ ସାଢେ ୩ ବର୍ଷର ନର୍ସରୀ ଛାତ୍ରୀଙ୍କୁ ଡ୍ରାଇଭରର ଦୁଷ୍କର୍ମ

ସ୍କୁଲ୍ ବସରେ ସାଢେ ୩ ବର୍ଷର ନର୍ସରୀ ଛାତ୍ରୀଙ୍କୁ ଡ୍ରାଇଭରର ଦୁଷ୍କର୍ମ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଲଜ୍ଜାଜନକ ଘଟଣା । ସ୍କୁଲ ବସରେ ଜଣେ ମହିଳା ଆଟେଣ୍ଡାଣ୍ଟଙ୍କ ଉପସ୍ଥିତିରେ ଜଣେ ସାଢେ ତିନି ବର୍ଷର ଝିଅକୁ ଡ୍ରାଇଭର ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଯିଏକି ନର୍ସରୀରେ ପଢନ୍ତି । ଏନେଇ ସୋମବାର ନାବାଳିକାଙ୍କ ପିତାମାତା ଥାନାରେ ଅଭିଯୋଗ କରିଥିଲେ, ଯାହା ପରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ତିନିମାସ ପୂର୍ବରୁ ବିଦ୍ୟାଳୟରେ କାମ କରିବା ଆରମ୍ଭ କରିଥିଲେ । ଶୁକ୍ରବାର ଦିନ ଝିଅଟି ଫଟୋଗ୍ରାଫରୁ ଅଭିଯୁକ୍ତକୁ ଚିହ୍ନିଥିଲା। ଏହି ଘଟଣାରେ ସ୍ପଷ୍ଟ ହୋଇନାହିଁ ଯେ ଝିଅର ପିତାମାତା କାହିଁକି ସୋମବାର ପର‌୍ୟ୍ୟନ୍ତ ପୋଲିସରେ ଅଭିଯୋଗ କରିବାକୁ ଅପେକ୍ଷା କରିଥିଲେ । ସୋମବାର ଝିଅଟିର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ତେବେ ପ୍ରାଥମିକ ଅନୁସନ୍ଧାନ ଜଣାପଡିଛି ଯେ, ଝିଅଟି ଯୌନ ଶୋଷଣର ଶିକାର ହୋଇଛି । ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking