29.1 C
Bhubaneswar
Sunday, September 29, 2024
Homeଓଡିଶାହାଇଦ୍ରାବାଦର ସିକନ୍ଦରାବାଦରେ ଲଜରେ ଅଗ୍ନିକାଣ୍ଡ ଘଟଣା, ଓଡ଼ିଆ ଦମ୍ପତି ମୃତ

ହାଇଦ୍ରାବାଦର ସିକନ୍ଦରାବାଦରେ ଲଜରେ ଅଗ୍ନିକାଣ୍ଡ ଘଟଣା, ଓଡ଼ିଆ ଦମ୍ପତି ମୃତ

କଟକ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ସିକନ୍ଦରାବାଦରେ ଏକ ଲଜରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିରେ କଟକର ଏକ ଦମ୍ପତି ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ଥିବା ‘ରୁବି ଲଗଜରୀ ପ୍ରାଇଡ’ ନାମକ ଲଜ୍ ରେଏହି ନିଆଁ ଲାଗିଥିଲା। ଏଥିରେ ଶ୍ବାସରୁଦ୍ଧ ହୋଇ ୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ମଧ୍ୟରେ ଦୁଇ ଜଣ କଟକ କାଫଲା ବଜାର ମହାନ୍ତି ପଡାର ହୋଇଥିବା ସୂଚନା ମିଳିଛି । ସେମାନେ ହେଲେ ଚନ୍ଦନ ଜେଠି ଏବଂ ତାଙ୍କ ପତ୍ନୀ ମିତାଲି ମହାପାତ୍ର। ଓଡ଼ିଆ ଦମ୍ପତିଙ୍କ ମୃତଦେହ ଗାନ୍ଧୀ ହସ୍ପିଟାଲରେ ରହିଛି । ମୃତକମାନଙ୍କ ମଧ୍ୟରେ ଜଣେ ମହିଳା ଓ ୭ ଜଣ ପୁରୁଷ ରହିଛନ୍ତି । ଦୁଇ ଓଡିଆଙ୍କ ବ୍ୟତୀତ ଅନ୍ୟ ୬ଜଣ ମୃତକ ହେଲେ ବିଜୟୱାଡା ଅଞ୍ଚଳର ହରିଶ, ଚେନ୍ନାଇର ସୀତାରମଣ ଏବଂ ଦିଲ୍ଲୀର ବୀରେନ୍ଦ୍ର କୁମାର, ରାଜୀବ ମିକେ, ସନ୍ଦୀପ ମଲିକ୍ ଓ ଚେନ୍ନାଇର ବାଲାଜୀ । ସେପଟେ ଆହତମାନଙ୍କ ପରିଚୟ ଜାଣିବାକୁ ପୋଲିସ ଛାନଭିନ୍ କରୁଛି । ଯାହା ସୂଚନା ମିଳିଛି, ଗତକାଲି ବିଳମ୍ବିତ ରାତି ପ୍ରାୟ ୯ଟା ୪୦ ମିନିଟ୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking