29.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶମସ୍ତିଷ୍କକୁ ଦୁର୍ବଳ କରୁଛି ମଙ୍କିପକ୍ସ ଭାଇରସ

ମସ୍ତିଷ୍କକୁ ଦୁର୍ବଳ କରୁଛି ମଙ୍କିପକ୍ସ ଭାଇରସ

ନୂଆଦିଲ୍ଲୀ : ମଙ୍କିପକ୍ସ ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ବିଶ୍ୱର ଅଧିକାଂଶ ଦେଶରେ ଏହି ଭାଇରସର ସଂକ୍ରମଣ ଦେଖିବାକୁ ମିଳିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହିତ ନୂଆ ନୂଆ ଲକ୍ଷଣ ମଧ୍ୟ ସାମ୍ନାକୁ ଆସୁଛି। ପୂର୍ବରୁ ମଙ୍କିପକ୍ସ ସଂକ୍ରମିତଙ୍କ ଶରୀରର ବିଭିନ୍ନ ଅଙ୍ଗ ଫୁଲିଯିବା ସହିତ ଫ୍ଲୁ ପରି କିଛି ଲକ୍ଷଣ ଦେଖାଯାଉଥିଲା। ହେଲେ ଏବେ ଇ-କ୍ଲିନିକାଲ ମେଡିସିନ ଜର୍ନାଲରେ ପ୍ରକାଶିତ ଏକ ରିସର୍ଚ୍ଚ ମୁତାବକ କିଛି ନୂଆ ଲକ୍ଷଣ ଦେଖିବାକୁ ମିଳିଛି। ଏହି ଲକ୍ଷଣ ବିଷୟରେ ଜାଣିବା ପରେ ଆପଣ ନିଶ୍ଚିତ ଚିନ୍ତାରେ ପଡିବେ। ମାତ୍ର ନିକଟରେ ମଙ୍କିପକ୍ସର ନୂଆ ଲକ୍ଷଣକୁ ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି । ଏହି ନୂଆ ଲକ୍ଷଣକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଯାଇଛି । କିଛିଦିନ ତଳେ ବ୍ରେନରେ ସ୍ମଲ ପକ୍ସର ପ୍ରଭାବ କିପରି ରହୁଛି ସେନେଇ କିଛି ପରୀକ୍ଷା କରାଯାଇଥିଲା । ଏଥିସହିତ ସ୍ମଲ ପକ୍ସର ପ୍ରଭାବ ଭ୍ୟାକ୍ସିନେଟେଡ ଲୋକଙ୍କ ବିପକ୍ଷରେ କିପରି ରହୁଛି ତାହାକୁ ଅନୁଧ୍ୟାନ କରାଯାଇଥିଲା । ତେବେ ଏହି ସମୟରେ ଲୋକଙ୍କଠାରେ ବିଭିନ୍ନ ପ୍ରକାରର ନ୍ୟୁରୋଲୋଜିକାଲ କମ୍ପ୍ଲିକେସନ ଦେଖିବାକୁ ମିଳିଥିଲା । ଏହାପରେ ବୈଜ୍ଞାନିକମାନେ ମସ୍ତିଷ୍କ ଉପରେ ମଙ୍କିପକ୍ସର ପ୍ରଭାବ ବିଷୟରେ ଜାଣିବାକୁ ପ୍ରୟାସ କରିଥିଲେ । ତେବେ ମଙ୍କିପକ୍ସରେ ସଂକ୍ରମିତ ଥିବା ୨-୩ ପ୍ରତିଶତ ଲୋକ ଗମ୍ଭୀର ଭାବେ ରୋଗାଗସ୍ତ ହେଉଛନ୍ତି ଜଣାପଡ଼ିଥିଲା । ଏହି ସମୟରେ ସେମାନଙ୍କ ବ୍ରେନରେ ଇନସେଫେଲାଇଟସ୍ ହୋଇଥାଏ । ତେବେ ଏହି ଇନସେଫେଲାଇଟସ ଦ୍ୱାରା ରୋଗୀ ସାରା ଜୀବନ ପାଇଁ ବିକଳାଙ୍ଗ ହେବାର ଆଶଙ୍କା ରହିଥାଏ । କିଛି ଲୋକଙ୍କଠାରେ ମୁଣ୍ଡବ୍ୟଥା, ମାଂସପେଶୀରେ ଯନ୍ତ୍ରଣା, ଥକ୍କାପଣ ସହିତ ନ୍ୟୁରୋଲୋଜିକାଲ ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ଲକ୍ଷଣ କେତେଦିନ ପାଇଁ ରହୁଛି ସେନେଇ କିଛି ଜଣାପଡ଼ିନାହିଁ । ତେଣୁ ଏନେଇ ଅଧିକ ରିସର୍ଚ୍ଚର ଆବଶ୍ୟକତା ରହିଥିବା କୁହାଯାଉଛି । ଏହି ଲକ୍ଷଣ କେତେ ଦିନ ପର‌୍ୟ୍ୟନ୍ତ ରହିଥାଏ ତାହା ରିସର୍ଚ୍ଚ ସ୍ପଷ୍ଟ ହୋଇନାହିଁ। ତେବେ ସାଇକାଇଟ୍ରିକ ସମସ୍ୟା ଯେପରିକି ମନ ବିଚଳିତ ହେବା, ଡିପ୍ରେସନ କେତେ ମାତ୍ରାରେ ହୋଇଥାଏ, ତାହା ରିସର୍ଚ୍ଚ କଲେ ଜଣାପଡିବ। ରିସର୍ଚ୍ଚରେ ସାମିଲ ହୋଇଥିବା ବୈଜ୍ଞାନିକଙ୍କ କହିବାନୁଯାୟୀ, ସମସ୍ତ ନ୍ୟୁରୋଲୋଜିକାଲ ଏବଂ ସାଇକାଇଟ୍ରିକ ଲକ୍ଷଣ ମଙ୍କିପକ୍ସ ସଂକ୍ରମଣ ସମୟରେ ଦେଖିବାକୁ ମିଳୁଛି। କିନ୍ତୁ ଏହା ଭାଇରସ ଯୋଗୁଁ ହେଉଛି କି ନାହିଁ ତାହା ଏପର‌୍ୟ୍ୟନ୍ତ ଜଣାପଡିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking