28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଭୀଷଣ ବର୍ଷାରେ ଉବୁଟୁବୁ ବେଙ୍ଗାଲୁରୁ

ଭୀଷଣ ବର୍ଷାରେ ଉବୁଟୁବୁ ବେଙ୍ଗାଲୁରୁ

ବେଙ୍ଗାଲୁରୁ: ଭୀଷଣ ବର୍ଷାରେ ବେଙ୍ଗାଲୁରୁ ସ୍ଥିତି ବେହାଲ। ଅନବରତ ମେଘ ଯୋଗୁ ସମଗ୍ର ସହର ଉବୁଟୁବୁ ହୋଇଛି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ସମସ୍ୟା ଦ୍ୱିଗୁଣିତ ହୋଇଛି। ସ୍ଥିତି ଏମିତି ହୋଇଛି ଯେ, ସମଗ୍ର ସହର ଜଳ ଘେରରେ ଥାଇ ମଧ୍ୟ ପାଣି ସମସ୍ୟା ଉପୁଜିଛି। କାରଣ ସହରକୁ ଦୁଇ ଦିନ ହେବ ଜଳ ଯୋଗାଣ ବନ୍ଦ କରିଦିଆଯାଇଛି। କାବେରୀ ନଦୀରୁ ବିଶୋଧନ କରି ଜଳ ଯୋଗାଣ କରୁଥିବା ପାଣି ପ୍ରଳଳ୍ପ ଅତ୍ୟଧିକ ପାଣିରେ ବୁଡ଼ି ଯାଇଛି। ଫଳରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏଥିପାଇଁ ଜଳ ଯୋଗାଣକୁ ବନ୍ଦ କରି ଦିଆଯାଛି। ବେଙ୍ଗାଲୁରୁରର ପ୍ରାୟ ୫୦ଟି ଇଲାକା ଏବେ ଜଳବନ୍ଦୀ ରହିଛି। ଗତକାଲି ରାତିରେ ବେଙ୍ଗାଲୁରୁରେ ଅତି ପ୍ରବଳ ବର୍ଷା ହେବାରୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଫଳରେ ସରକାରୀ କର୍ତ୍ତୃପକ୍ଷମାନେ ଜନସାଧାରଣଙ୍କ ସ୍ଥାନାନ୍ତରଣ ନିମନ୍ତେ ଡଙ୍ଗା ପଠାଉଛନ୍ତି। ବେଲ୍ଲାଣ୍ଡୁର୍, ସାରଜାପୁରା ରୋଡ୍, ହ୍ୱାଇଟ୍ଫିଲ୍ଡ୍, ବାହାର ରିଙ୍ଗରୋଡ୍ ଏବଂ ବିଇଏମ୍ଏଲ୍ ଲେଆଉଟ୍ରେ ଅଧିକ ବର୍ଷା ହୋଇଛି। ମରାଠାହାଲ୍ଲୀର ସ୍ପାଇସ୍ ଗାର୍ଡେନ୍ ଅଞ୍ଚଳରେ ଦୁଇଚକିଆ ଯାନ ଭାସୁଥିବା ଲକ୍ଷ କରାଯାଇଛି। ପାଣି ଜମିବା କାରଣରୁ ସ୍ପାଇସ୍ ଗାର୍ଡେନ୍ରୁ ହ୍ୱାଇଟ୍ଫିଲ୍ଡ୍କୁ ପଡ଼ିଥିବା ରାସ୍ତା ଅବରୋଧ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking