28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଆସ୍ଥା ଭୋଟ ଜିତିଲେ ହେମନ୍ତ ସୋରେନ୍

ଆସ୍ଥା ଭୋଟ ଜିତିଲେ ହେମନ୍ତ ସୋରେନ୍

ରାଞ୍ଚି : ଝାଡଖଣ୍ଡରେ ଦୀର୍ଘ ସମୟର ରାଜନୈତିକ କଳ୍ପନା ଜଳ୍ପନା ଭିତରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଜିତିଛନ୍ତି ଆସ୍ଥା ଭୋଟ। ସରକାରଙ୍କ ପକ୍ଷରେ ପଡିଛି ୪୮ଟି ଭୋଟ। ଏହାପରେ ବିଜେପି ଗୃହ ବହିଷ୍କାର କରିଥିଲା। ସୋମବାର ହେମନ୍ତ ସୋରେନ୍ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇଥିଲା। ଏହା ପୂର୍ବରୁ ରବିବାର ବିଳମ୍ବିତ ରାତିରେ ବିଧାୟକ ଦଳର ବୈଠକ ହୋଇଥିଲା। ଏଥିରେ ଆସ୍ଥାଭୋଟର ନିଷ୍ପତ୍ତି ନିଆଯାଇଥିଲା। ହେମନ୍ତ ସୋରେନ୍ ଦୀର୍ଘ ସମୟ ହେବ ଦାବି କରୁଥିଲେ, ଆମ ପାଖରେ ବହୁମତ ରହିଛି। ବିଜେପି ଯେତେ ବି ଚେଷ୍ଟା କରୁ, ଆମର ବିଧାୟକଙ୍କୁ ପ୍ରଭାବିତ କରିପାରିବ ନାହିଁ। ସେଭଳି ବିଜେପି ବାରମ୍ବାର କହୁଛି ଯେ, ଆସ୍ଥା ଭୋଟ କରିବାର ଦରକାର କାହିଁକି ପଡିଲା। କିନ୍ତୁ ଯେତେବେଳେ ଆସ୍ଥା ଭୋଟର ପକ୍ରିୟା ଆରମ୍ଭ ହେଲା ବିରୋଧୀ ଦଳ ହଙ୍ଗାମା କରିବା ଆରମ୍ଭ କରିଦେଇଥିଲେ। ହେମନ୍ତ ସୋରେନଙ୍କ ପକ୍ଷରେ ୪୮ଟି ବିଧାୟକ ଭୋଟ୍ ପଡିଥିଲା। ସୋମବାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଜେପି ୱାକଆଉଟ୍ କରିଥିଲା। ଏହା ସହିତ କହିଥିଲା ଯେ, ହେମନ୍ତ ସୋରେନ୍ ସରକାର ଜନତାଙ୍କ ପ୍ରସଙ୍ଗକୁ ନେଇ ଚିନ୍ତିତ ନୁଅନ୍ତି। ସେଭଳି ସେ ନିଜ ସରକାରଙ୍କୁ ବଞ୍ଚାଇବାକୁ ଚାହାନ୍ତି। ବିଜେପିର କିଛି ବିଧାୟକ ଗୃହର ମଧ୍ୟ ଭାଗକୁ ଚାଲିଆସି ହଙ୍ଗାମା କରିଥିଲେ। ଏହି ସମୟରେ ବିଜେପି ଦୁମକାର ଅଙ୍କିତା ହତ୍ୟାକାଣ୍ଡ ସହିତ ବହୁ ମାମଲା ଉଠାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking