27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶସାଇରସ ମିସ୍ତ୍ରୀଙ୍କ ଗାଡି ଚଳାଉଥିଲେ ଟାଟା ଗ୍ରୁପର ପୂର୍ବତନ ନିର୍ଦ୍ଦେଶକଙ୍କ ପତ୍ନୀ: ସିଟ୍ ବେଲ୍ଟ ବାନ୍ଧିନଥିଲେ...

ସାଇରସ ମିସ୍ତ୍ରୀଙ୍କ ଗାଡି ଚଳାଉଥିଲେ ଟାଟା ଗ୍ରୁପର ପୂର୍ବତନ ନିର୍ଦ୍ଦେଶକଙ୍କ ପତ୍ନୀ: ସିଟ୍ ବେଲ୍ଟ ବାନ୍ଧିନଥିଲେ ମିସ୍ତ୍ରୀ

ନୂଆଦିଲ୍ଲୀ : ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ରବିବାର ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ସାଇରସ୍ ମିସ୍ତ୍ରୀଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା । ପୋଲିସ ପ୍ରାଥମିକ ତଦନ୍ତରେ କହିଛି ଯେ, ସାଇରସ ମିସ୍ତ୍ରୀ ଏବଂ ତାଙ୍କ ସହଯୋଗୀ କାର୍ର ସିଟ୍ ବେଲ୍ଟ ବାନ୍ଧିନଥିଲେ। ଆଉ ଯେଉଁ ସମୟରେ ଦୁର୍ଘଟଣା ହେଲା, କାରର ସ୍ପିଡ ଦ୍ରୁତଗତିରେ ରହିଥିଲା। ତେବେ ଚାଳକଙ୍କ ଭୁଲ ଯୋଗୁଁ ଏମିତି ଦୁର୍ଘଟଣା ଘଟିଥିଲା ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ପୋଲିସ ରିପୋର୍ଟ ଅନୁସାରେ, ଯେଉଁ ବିଳାସପୂର୍ଣ୍ଣ କାରରେ ମିସ୍ତ୍ରୀ ଯାଉଥିଲେ ସେ ଗାଡି ପାଲଘରରେ ଚରୋଟି ଚେକ୍ ପୋଷ୍ଟ ପାର କରିବା ପରେ ମାତ୍ର ୯ ମିନିଟରେ ୨୦ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା। ପୋଲିସର କହିବା ଅନୁସାରେ, ସିସିଟିଭି ଫୁଟେଜରେ ତାଙ୍କ କାର ମଧ୍ୟାହ୍ନ ପ୍ରାୟ ୨.୨୧ ବେଳେ ପୋଷ୍ଟ ପାଖରେ ଦେଖିବାକୁ ମିଳିଥିଲା। ଦୁର୍ଘଟଣା ମଧ୍ୟାହ୍ନ ପ୍ରାୟ ୨ଟା ୩୦ ମିନିଟରେ ସୂର‌୍ୟ୍ୟ ନଦୀରେ ତିଆରି ହୋଇଥିବା ବ୍ରିଜରେ ଥିଲା, ଯାହାକି ଚେକ୍ ପୋଷ୍ଟଠାରୁ ୨୦ କିଲୋମିଟର ଦୂରରେ ରହିଛି। ଏହି ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ସହିତ ଜାହାଙ୍ଗୀର ପାଣ୍ଡୋଲ ନାମକ ଜଣକ ବ୍ୟକ୍ତିର ମୃତ୍ୟୁ ହୋଇଛି। ସାଇରସ୍ ମିସ୍ତ୍ରୀ ନିଜ ମର୍ସିଡିଜ୍ କାରରେ ଅହମ୍ମଦାବାଦରୁ ମୁମ୍ବାଇ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣା ସମୟରେ ସାଇରସ୍ ମିସ୍ତ୍ରୀଙ୍କ କାର ଭିତରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଅନାହିତା ପାଣ୍ଡୋଲ ଓ ତାଙ୍କର ସ୍ୱାମୀ ଡୋରିୟସ ପାଣ୍ଡୋଲ ଥିଲେ । ହେଲେ ଦୁର୍ଘଟଣାରେ ସେମାନେ ଆହତ ହୋଇଛନ୍ତି। ମିସ୍ତ୍ରୀ ଓ ଡୋରିୟସଙ୍କ ଭାଇ ଜାହାଙ୍ଗୀର ପାଣ୍ଡୋଲଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ବେଳେ କାର ଅନାହିତା ପାଣ୍ଡୋଲ ଗାଡି ଚଲାଉଥିଲେ ବୋଲି ସୂଚନା ମିଳିଛି। ଦୁର୍ଘଟଣା ପରେ ସାଇରସ୍ ମିସ୍ତ୍ରୀଙ୍କୁ ଯେତେବେଳେ ହସ୍ପିଟାଲ ନିଆଯାଇଥିଲା ତାଙ୍କର ମୃତ୍ୟୁ ହୋଇସାରିଥିଲା। ଜାହାଙ୍ଗୀର ପାଣ୍ଡୋଲେଙ୍କ ଚିକିତ୍ସା ବେଳେ ମୃତ୍ୟୁ ହୋଇଥିଲା। ପୋଲିସ ଡାକ୍ତରଙ୍କଠାରୁ ଏହି ସୂଚନା ପାଇଛି। ସାଇରସ୍ ମିସ୍ତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଓ ଅନାହିତାଙ୍କ ଭାଇ ଜାହାଙ୍ଗୀରଙ୍କ ବାମ ଗୋଡ ଓ ମୁଣ୍ଡରେ ଆଘାତ ଲାଗିଥିଲା। ସାଇରସ୍ ଓ ଜାହାଙ୍ଗୀର କାରର ପଛ ସିଟରେ ବସିଥିଲେ। ତେବେ ଦୁହେଁ ପଛରେ ବସିଥିବାରୁ ସିଟ୍ ବେଲ୍ଟ ବାନ୍ଧିନଥିଲେ। ମୁମ୍ବାଇର ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଅନାହିତା କାର ଚଳାଉଥିଲେ। ଯେତେବେଳେ ସେ ସୂର‌୍ୟ୍ୟ ନଦୀରେ ତିଆରି ବ୍ରିଜ୍ ରାସ୍ତାର ଡିଭାଇଡରରେ କାର ମାଡ କରିଥିଲେ କାରର ସ୍ପିଡ ଅଧିକ ରହିଥିଲା। ଜାହାଙ୍ଗୀରଙ୍କ ଭାଇ ଡୋରିୟସ ଟାଟା ଗ୍ରୁପର ପୂର୍ବତନ ନିର୍ଦ୍ଦେଶକ ରହିଥିଲେ। ଯିଏ ଚେୟାରମ୍ୟାନ ପଦବୀରୁ ମିସ୍ତ୍ରୀଙ୍କ ଇସ୍ତଫାକୁ ବିରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking