29.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶକାବୁଲରେ ରୁଷ ଦୂତାବାସ ବାହାରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ

କାବୁଲରେ ରୁଷ ଦୂତାବାସ ବାହାରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ

ନୂଆଦିଲ୍ଲୀ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ରୁଷ ଦୂତାବାସ ନିକଟରେ ବୋମା ବିସ୍ଫୋରଣ। ଏହି ଘଟଣାରେ ୨୦ ଲୋକ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଦୁଇଜଣ ରାଜନୈତିକ ବ୍ୟକ୍ତି ମଧ୍ୟ ରହିଛନ୍ତି। ବୋମା ବିସ୍ଫୋରଣ ପରେ ଚାରିଆଡେ ଆତଙ୍କ ସୃଷ୍ଟି ହୋଇଥିଲା। ଲୋକ ଜୀବନ ବଞ୍ଚାଇ ଏଣେ ତେଣେ ଦୌଡିବାକୁ ଆରମ୍ଭ କରିଥିଲେ। ସୂଚନା ମୁତାବକ, ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ଏହି ଘଟଣା ଘଟିଛି। ବିସ୍ଫୋରଣ ଆଫଗାନିସ୍ତାନର ରୁଷ ଦୂତାବାସ ବାହାରେ ହେଇଥିଲା। ଯେଉଁଠାରେ ଲୋକ ଭିସା ପାଇଁ ଅପେକ୍ଷା କରିଥିଲେ। ତେବେ ସୁରକ୍ଷା ଅଧିକାରୀ ଏହାକୁ ନେଇ କୌଣସି ବୟାନ ଦେଇନାହାନ୍ତି। ସୂଚନା ମୁତାବକ, ଆକ୍ରମଣକାରୀ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ରୁଷ ଦୂତାବାସ (ତାଲିବାନ) ଗାର୍ଡ ଗୁଳି ମାରିଦେଇଥିଲେ। କିନ୍ତୁ ସେତେବେଳେ ସେ ନିଜକୁ ଉଡାଇଦେଇଥିଲେ। ଯେଉଁଥିରେ ୨୦ ଲୋକ ମୃତ୍ୟୁବରଣ କରିଥିଲେ। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଦୁଇଜଣ ରାଜନୈତିକ ବ୍ୟକ୍ତି ମଧ୍ୟ ରହିଛନ୍ତି। ଏହା ପୂର୍ବରୁ ଶନିବାର ଦିନ ଆଫଗାନିସ୍ତାନର ଦକ୍ଷିଣ ହେଲମନ୍ଦ ପ୍ରାନ୍ତର ନାଦ ଅଲ୍ଲୀ ଜିଲ୍ଲାରେ ବିସ୍ଫୋଟକ ଉପକରଣ ଫାଟିବା ଯୋଗୁଁ ତିନି ଜଣ ପିଲା ମୃତ୍ୟୁବରଣ କରିଥିଲେ। ଏଥିରେ ଅନ୍ୟ ୩ ଜଣ ଆହତ ହୋଇଥିଲେ। ସମସ୍ତ ପୀଡିତ ଏକ ଧାର୍ମିକ ସ୍କୁଲର ଛାତ୍ର ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking