33.1 C
Bhubaneswar
Sunday, September 29, 2024
Homeଓଡିଶାମୟୁରଭଞ୍ଜସାରସକଣା ସିଡ଼ିପିଓଙ୍କ ହିଟଲର ଶାସନ, ଅପମାନିତ ହୋଇ ଚେତାଶୂନ୍ୟ ହେଲେ ଅଙ୍ଗନୱାଡି କର୍ମୀ

ସାରସକଣା ସିଡ଼ିପିଓଙ୍କ ହିଟଲର ଶାସନ, ଅପମାନିତ ହୋଇ ଚେତାଶୂନ୍ୟ ହେଲେ ଅଙ୍ଗନୱାଡି କର୍ମୀ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ସରସକଣା ବ୍ଲକ ସିଡିପିଓଙ୍କ ହିଟଲାରୀ ଶାସନ ସାଙ୍ଗକୁ ଅହଙ୍କାରୀ ବ୍ୟବହାର ଏବଂ ଗରମ ମିଜାଜ ପାଇଁ ଏବେ ଚର୍ଚ୍ଚାରେ। ତେବେ ନିର୍ମଳ ଶାସନ ଦେଇ ଜାତୀୟ ଏବଂ ଆନ୍ତର୍ଜାତିୟ ସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖ୍ୟାତିଆଣି ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି।ଅନ୍ୟପଟେ କିଛି ଦାୟିତ୍ବହୀନ ସରକାରୀ ଅଧିକାରୀଙ୍କ ପାଇଁ ସ୍ୱଚ୍ଛ ପ୍ରଶାସନର ଆହ୍ୱାନ ଭୁଲ ପ୍ରମାଣିତ ହୋଇଥିବା ଅଭିଯୋଗ ହେଉଛି। ତେବେ ଦାୟିତ୍ବ ତୁଲାଇବା ଆଳରେ ଅଧସ୍ତନ କର୍ମଚାରୀଙ୍କୁ ଛେଳିମେଣ୍ଢା ଭଳି ବ୍ୟବହାର କରୁଥିବା ଅଭିଯୋଗ ହେଉଥିବା ବେଳେ ଏବେତାର ସଦ୍ୟତମ ପ୍ରମାଣ ମଧ୍ୟ ସାମ୍ନାକୁ ଆସିଥିବା ଦେଖିବାକୁ ମିଳିଛି। ଯାହା ସଂପୃକ୍ତ ସିଡିପିଓଙ୍କ ସ୍ୱଚ୍ଛତା ଏବଂ ଦକ୍ଷତା ପ୍ରତି ସନ୍ଦେହ ସୃଷ୍ଟି କରୁଥିବା ଆଲୋଚନା ହେଉଛି। ସବୁସତ୍ତ୍ବେ ଅଧସ୍ତନ କର୍ମଚାରୀ ମାନେ ନିଜ ପଦର ସୁରକ୍ଷା ଦୃଷ୍ଟିରୁ ନୀରବ ରହୁଥିବା ବେଳେ ଆଗକୁ ବ୍ୟବହାରରେ ସୁଧାର ନ ଆଣିଲେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କାକୁ ଏଡାଇବା ଅସମ୍ଭବ ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ସିଡିପିଓଙ୍କ ନିର‌୍ୟ୍ୟାତନା ସାଙ୍ଗକୁ ଦୁର୍ବ୍ୟବହାରର ଶିକାର ହୋଇ ଜନୈକା ମହିଳାକର୍ମୀ ମୂର୍ଚ୍ଛା ହୋଇ ପଡ଼ିଥିଲେ। ହେଲେ ସିଡିପିଓ ଅସୁସ୍ଥ କର୍ମୀଙ୍କୁ ଡାକ୍ତରଖାନା ନେବା ବଦଳରେ ସ୍ଥାନ ଛାଡି ପଳାଇ ଯାଇଥିଲେ। ଯାହା ତାଙ୍କର ମଣିଷପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।ତେବେ ତାଙ୍କର ହିଟଲାରୀ ବ୍ୟବହାରରେ ଅତିଷ୍ଠ ମହିଳା କର୍ମୀଙ୍କର କିଛିହୋଇ ଯାଇଥିଲେ ଦାୟୀ କିଏ ହୋଇଥାନ୍ତା ବୋଲି ଏବେ ସବୁ ମହଲରେ ମୁଣ୍ଡ ଟେକିଛି ପ୍ରଶ୍ନ। ଯାହାକୁନେଇ ଥାନାରେ ପିଡ଼ିତା ମହିଳା କର୍ମୀଙ୍କର ପରିବାର ପକ୍ଷରୁ ମାମଲା ରୁଜୁ ହୋଇଥିବା ଜଣାପଡିଛି। ସେହିପରି ଆମ ଜିଲ୍ଲାର ବିଧାୟିକା ଏବେ ଏହି ବିଭାଗର ମନ୍ତ୍ରୀ, ମୟୂରଭଞ୍ଜିଆଙ୍କ ମାନସିକତା ତାଙ୍କୁ ଅଛପା ନାହିଁ ବୋଲି ଆଲୋଚନା ହେଉଥିବା ବେଳେ ସମ୍ପୃକ୍ତା ସିଡିପିଓଙ୍କ ବିରୋଧରେ ତୁରନ୍ତ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ବିଭାଗୀୟ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ପ୍ରଦାନ କରିବାକୁ ମତପ୍ରକାଶ ପାଉଛି। ସୂଚନା ଅନୁଯାୟୀ,ଅଣତାଲିମପ୍ରାପ୍ତ ଅଙ୍ଗନବାଡି କର୍ମୀଙ୍କ ଅଧାର ସଂଯୋଗ ଘଟଣାକୁନେଇ ସିଡିପିଓ ଦେଇଥିଲେ ମାନସିକ ନିର୍ଯ୍ୟତନା। କାର୍ଯ୍ୟରେ ତ୍ରୁଟିଥିବା ଦର୍ଶାଇ ସେ ୫୪ ବର୍ଷୀୟା ଅଙ୍ଗନବାଡ଼ି କର୍ମୀଙ୍କୁ ୨ଘଣ୍ଟା ଖରାରେ ଠିଆ ହେବାକୁ ବାଧ୍ୟ କରିଥିଲେ । ଏତିକିରେ ତାଙ୍କ ମନ ମାନି ନ ଥିଲା। ଏକ ବୈଠକରେ ସର୍ବସମ୍ମୁଖରେ ମହିଳା କର୍ମୀଙ୍କୁ ଅପମାନିତ କରିଥିଲେ ସିଡିପିଓ। ଏହାକୁ କର୍ମୀ ଜଣକ ସହିନପାରି ମୂର୍ଚ୍ଛା ହୋଇଯାଇଥିଲେ। ଏଭଳି ଅବସ୍ଥା ଦେଖି ମଧ୍ୟ ସିଡିପିଓ ଅସୁସ୍ଥ ମହିଳାକର୍ମୀଙ୍କୁ ଡାକ୍ତରଖାନା ନେବା ବଦଳରେ ଘରକୁ ପଳାଇ ଯାଇଥିଲେ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସରସକଣା ବ୍ଲକରେ। ପ୍ରକାଶ ଥାଉକି ବାଗଚୁଡା ଗ୍ରାମ ପଞ୍ଚାୟତ କଳାପାଣି ଅଙ୍ଗନବାଡି କେନ୍ଦ୍ରରେ ସୋମବାରୀ ସିଂ (୫୪) ଅଙ୍ଗନବାଡ଼ି କର୍ମୀ ଭାବେ ୧୯୯୩ ମସିହାରୁ କାର‌୍ୟ୍ୟ କରି ଆସୁଛନ୍ତି। ଏବେ ପୋଷଣ ନାମକ ଏକ ବିଭାଗୀୟ ଆପରେ ଗର୍ଭବତୀ, ପ୍ରସୂତି, ୬ ବର୍ଷ ପର‌୍ୟ୍ୟନ୍ତ ଶିଶୁ ୧୪ରୁ୧୮ ବର୍ଷ କିଶୋରୀଙ୍କ ଅଧାରକାର୍ଡ ଏବଂ ମୋବାଇଲ ନମ୍ବରର ଏକ ଡାଟା ପ୍ରସ୍ତୁତି କରାଯାଉଛି। ତେବେ ସମନ୍ବିତ ଶିଶୁବିକାଶ କେନ୍ଦ୍ର ତରଫରୁ ଯେଉଁ ମୋବାଇଲ ଦିଆଯାଇଛି ସେଥିରେ ନେଟ ଚାଲୁନାହିଁ ଓ କେତେବେଳେ ବନ୍ଦ ହୋଇଯାଇଛି । କାରଣ ମୋବାଇଲ ଟି ଅତି ନିମ୍ନମାନର ହେଇଥିବା ଯୋଗୁଁ ବିଭିନ୍ନ କାର‌୍ୟ୍ୟରେ ସମସ୍ୟା ସୃଷ୍ଟି ହେଉଛି । ଆବଶ୍ୟକସ୍ଥଳେ ଅଧାର ସହିତ ମୋବାଇଲ ନମ୍ବର ସଂଯୋଗ ଏବଂ ଆଧାର ନ ଥିଲେ ଆଧାର ପ୍ରସ୍ତୁତି ମଧ୍ୟ କରାଯାଉଛି । ତେବେ ଏସବୁ କାର୍ଯ୍ୟ ପାଇଁ ମୋବାଇଲ ନମ୍ବରକୁ ଓଟିପି ଯାଉଛି ମାତ୍ର ଅଞ୍ଚଳର ବହୁ ଲୋକ ବାହାରେ ଦାଦନ ଖଟୁଥିବାରୁ ସେମାନଙ୍କ ଓଟିପି ନେଇ ସମସ୍ତ ତଥ୍ୟ ପ୍ରସ୍ତୁତ କରିବା କଠିନ ହେଉଛି । ଅନ୍ୟପଟେ ଅନେକଙ୍କ ନାମ ଆଧାର କାର୍ଡରେ ଭୁଲ ମଧ୍ୟ ରହିଛି । ଏଣୁ ପୋଷଣ ଆପରେ ସମସ୍ତ କାର୍ଯ୍ୟ ସଠିକ ସମୟରେ ସମ୍ପାଦନ କରିବା ଅସମ୍ଭବ ହେଉଛି । ତେବେ ସାରସକଣା ବ୍ଲକ ସିଡିପିଓ ଭାନୁମତୀ ବେହେରା ଅଗଷ୍ଟ ୩୦ତାରିଖରେ ଅଙ୍ଗନବାଡି କର୍ମୀଙ୍କୁ କାର‌୍ୟ୍ୟାଳୟକୁ ଡକାଇ ଅଧାର ଭେରିଫିକେସନ ବାବଦରେ ପଚାରିଥିଲେ। ହେଲେ କଳାପାଣି କେନ୍ଦ୍ରର କାର‌୍ୟ୍ୟ ମନ୍ଥର କାହିଁକି ରହିଛି ବୋଲି ପଚାରିଥିଲେ। କର୍ମୀଜଣଙ୍କ କାର‌୍ୟ୍ୟରେ ଉପୁଜୁଥିବା ସମସ୍ୟା ବାବଦରେ ଅବଗତ କରିବା ପରେ ମଧ୍ୟ ସିଡିପିଓ ବାସ୍ତବ ସମସ୍ୟା ବୁଝିବା ବଦଳରେ ସୋମବାରୀଙ୍କୁ କଟୁକଥା କହି କାର୍ଯ୍ୟଳୟରୁ ବାହାର କରିଦେଇଥିଲେ । ଦୁଇଘଣ୍ଟା ଧରି ମହିଳା ଜଣଙ୍କ ଖରାରେ ଏପଟ ସେପଟ ହୋଇଥିଲେ। ପରେ ତଥ୍ୟ ନେଇ ୩୧ ତାରିଖ ସୋମବାରୀ ସିଡିପିଓଙ୍କୁ ଭେଟିଥିଲେ ହେଲେ ସିଡିପିଓ ସହଯୋଗ କରିବା ପରିବର୍ତ୍ତେ ଅପମାନିତ କରିବା ସହିତ ବିଭିନ୍ନ ଖରାପ ଭାଷା ପ୍ରୟୋଗ କରି ଅପମାନିତ କରିଥିଲେ । ପୂଣି ଗତ ୩ ତାରିଖରେ ବଡ଼ଚାଟରା ଅଙ୍ଗନବାଡି କେନ୍ଦ୍ରକୁ ସୋମବାରୀଙ୍କୁ ଡକାଇଥିଲେ। ଆଲୋଚନା ଚାଲିଥିବାବେଳେ ସୋମବାରି ପହଞ୍ଚିବା କ୍ଷଣି ଅଚାନକ ସିଡିପିଓ ପାଟି କରିଥିଲେ ଏବଂ ଅପମାନସୂଚକ କଥା କହିଥିଲେ। ବାରମ୍ବାର ସିଡିପିଓଙ୍କ ଏଭଳି ଅପମାନ ଶୁଣି ସେମାବାରୀ ମୂର୍ଚ୍ଛା ହୋଇ ତଳେ ପଡ଼ିଯାଇଥିଲେ । ପରେ ତାଙ୍କୁ ତାଙ୍କ ସହକର୍ମଚାରୀମାନେ ଶୀର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ; ମାତ୍ର ତାଙ୍କ ଯୋଗୁଁ ଏ ଅଘଟଣ ଘଟିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଭାବେ ସହଯୋଗ କରି ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିବା ବଦଳରେ ଘଟଣାସ୍ଥଳରୁ ସିଡିପିଓ ଘରକୁ ପଳାଇ ଯାଇଥିଲେ। ଖବରପାଇ ସୋମବାରୀଙ୍କ ପୁଅ ଶୀର୍ଷା ଗୋଷ୍ଠୀ ଚିକିତ୍ସାଳୟରେ ପହଞ୍ଚି ମା’ଙ୍କ ଦେଖାଶୁଣା କରିଥିଲେ। ଏହାକୁ ନେଇ ସୋମବାରୀଙ୍କ ପୁଅ ଝାରପୋଖରିଆ ଥାନାରେ ଲିଖତ ଅଭିଯୋଗ କରିଛନ୍ତି। ଏନେଇ ସିଡିପିଓ ଭାନୁମତି ବେହେରାଙ୍କୁ ଯୋଗାଯୋଗ କରିବାରୁ ଉଚ୍ଚ ଅଧିକାରୀଙ୍କ ତାଗିଦ ମୁତାବକ ଅଗଷ୍ଟ ୩୦ତାରିଖ ସୁଦ୍ଧା ସମସ୍ତ ହିତାଧିକାରୀଙ୍କ ଆଧାର କାର୍ଯ୍ୟ ଶେଷ କରିବାକୁ ଆଦେଶ ଥିଲା। ହେଲେ ସେହି ତାରିଖରେ କଳାପାଣି କର୍ମୀ ଜଣକ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିନଥିଲେ। ଏଣୁ ଯେକୌଣସି ପ୍ରକାରେ କାର୍ଯ୍ୟ ସାରିବାକୁ ମୁଁ ତାଙ୍କୁ ତାଗିଦ କରି କହିଥିଲି, ହେଲେ କାର୍ଯ୍ୟଳୟରୁ ବାହାର କରିବା ଖରାରେ ଠିଆ କରିବା ଘଟଣା ମିଛ। ପୂର୍ବରୁ ତାଙ୍କର ହାଇବ୍ଲଡ଼ ପ୍ରେସର ରହିଛି ମାତ୍ର ସେ ଔଷଧ ଖାଆନ୍ତି ନାହିଁ । ଘଟଣା ଦିନ ମୁଁ ପଢ଼ାସିଆ ଓ ଝାରବେଡା ଭିଜିଟ ସାରି ମିଟିଂରେ ଯୋଗ ଦେଇଥିଲି। ଅଧାର କାର୍ଯ୍ୟ ବାବଦରେ ପଚାରିଥିଲି ହେଲେ କୌଣସି ଦୁବ୍ୟବହାର କି କୁଭାଷା କହିନାହିଁ, ହେଲେ ଅଚାନକ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ ବୋଲି କହିଛନ୍ତି ସିଡିପିଓ। ଯାହା ଆତ୍ମରକ୍ଷା ପାଇଁ କହୁଥିଲେ ମଧ୍ୟ ପରୋକ୍ଷରେ ତାଙ୍କର ଦାୟିତ୍ବହୀନତାକୁ ସୂଚାଉଛି। ଅନ୍ୟପଟେ ଏ ଘଟଣାକୁନେଇ ଥାନାରେ ହୋଇଥିବା ଅଭିଯୋଗ ଭିତ୍ତିରେ ନିରପେକ୍ଷ ତଦନ୍ତ ହେଲେ ସ୍ପଷ୍ଟ ହୋଇଯିବା ସହିତ ଦୋଷୀ ବିରୋଧରେ ବିଭାଗ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଉଚିତ ହେବ ବୋଲି ମତପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking