29.1 C
Bhubaneswar
Sunday, September 29, 2024
Homeଓଡିଶାହଜିଗଲା ମାନବିକତା,୨୦ଦିନ ଷଣ୍ଢ କୁ ବାନ୍ଧି ରଖିଲେ ଜମି ମାଲିକ

ହଜିଗଲା ମାନବିକତା,୨୦ଦିନ ଷଣ୍ଢ କୁ ବାନ୍ଧି ରଖିଲେ ଜମି ମାଲିକ

ଉମରକୋଟ : ହଜିଗଲା ମାନବିକତା । ଧାନ ଫସଲ ଖାଇଦେଲା ବୋଲି ୨୦ ଦିନ ଖାଇବା କୁ ନ ଦେଈ ଷଣ୍ଢ କୁ ବାନ୍ଧି କି ରଖିଲେ ଜମି ମାଲିକ।ବଜରଙ୍ଗ ଦଳ ର କର୍ମୀ ଙ୍କ ସହାୟତା ରେ ମୁକୁଳିଲା ଷଣ୍ଢ। ବେଳେ ବେଳେ ମଣିଷ ନିଜ ର ସ୍ବାର୍ଥ ପାଇଁ ନିଜର ମାନବିକତା କୁ ହରାଇ ବସେ। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଠାରେ । ଉମରକୋଟ ନିକଟସ୍ଥ ବଙ୍ଗୀୟ ଗ୍ରାମ ୫୨ ନମ୍ବର ସ୍ଥିତ ପରିମଳ ମିସ୍ତ୍ରୀ ଙ୍କ ର ଧାନ କ୍ଷେତ ରେ ପଶି ଗୋଟିଏ ଷଣ୍ଢ ଧାନ ଫସଲ ବାରମ୍ବାର ଖାଇ ଦେଉଥିଲା ଏଥିରେ ଉତକ୍ଷିପ୍ତ ହୋଇ ପରିମଳ ନିକଟସ୍ଥ ଏକ ସରକାରି ଫାର୍ମ ରେ ଦୀର୍ଘ ୨୦ ଦିନ ଧରି ଖାଇବା କୁ ନଦେଈ ଏପରି କି ପାଣି ଟୋପା ନ ଦେଇ ବାନ୍ଧି କି ରଖିଥିଲା। କୌଣସି ସୂତ୍ର ରୁ ଉମରକୋଟ ବଜରଙ୍ଗ ଦଳ ର ଅଶୋକ ପାତ୍ର, ମିଲୁ ପଣ୍ଡା, ସଂତୋଷ ଜେନ।, ନିଗମ ସାହୁ ପ୍ରମୁଖ ଘଟଣା ସ୍ଥଳ ରେ ପହଞ୍ଚି ଓ ଗ୍ରାମବାସି ଙ୍କ ସହାୟତା ରେ ଷଣ୍ଢ କୁ ଉଦ୍ଧାର କରିଥିଲେ। ଶଣ୍ଡ ଅତ୍ୟନ୍ତ ରୁଗଣ ହେବା ସହ ବେକରେ ଘା ହେଇଥିବା ପରିଲକ୍ଷିତ ହେଇଥିଲା। ଦୀର୍ଘ ଦିନରୁ ଭୋକରେ ରହିଥିବା ଯୋଗୁଁ କିଛି ଦେଖଣା ହାରି ଅବସ୍ଥା ଦେଖି ଘାସ ଓ ପାଳ ଦେଇଥିଲେ ଷଣ୍ଢ ଟି ଅତି ଆତୁର ହୋଇ ଖାଇ ଥିଲା ଷଣ୍ଢ। ତୁରନ୍ତ ବଜରଙ୍ଗଦଳ କର୍ମୀ ମାନେ ପଶୁ ଚିକିତ୍ସା ବିଭାଗ ର କର୍ମଚାରୀ ଙ୍କୁ ଡାକି ଚିକିତ୍ସା କରାଇ ଷଣ୍ଢ କୁ ମୁକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking