27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶବିଜେପି ନେତାଙ୍କୁ ଗୁଳି କରି ନିର୍ମମ ହତ୍ୟା

ବିଜେପି ନେତାଙ୍କୁ ଗୁଳି କରି ନିର୍ମମ ହତ୍ୟା

ଜୟପୁର: ଜଣେ ବିଜେପି ନେତାଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି। ଗୋଟିଏ କି ଦୁଇଟି ନୁହଁ ୭ରାଉଣ୍ଡ ଗୁଳି ଫୁଟାଇ ତାଙ୍କୁ ହତ୍ୟା କରାଯାଇଛି। ରାଜସ୍ଥାନର ଭରତପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଇନଶୃଙ୍ଖଳା ପରିସ୍ଥତି ସୃଷ୍ଟି ହେବା ଆଶଙ୍କାରେ ବ୍ୟପକ ପୁଲିସ ମୁତୟନ କରାଯାଇଛି। ରହିବାର ରାତିରେ ଏହି ଅପରାଧ ଘଟିଛି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ରାଜସ୍ଥାନର କିରପାଲ ସିଂହ ନାମକ ଜଣେ ବିଜେପି ନେଙ୍କ ମୃତ୍ୟୁ ଘଟିଛି। ରବିବାର ରାତିରେ କିରପାଲ ସିଂହ ସର୍କିଟ ହାଉସରୁ ନିଜ ଘରକୁ କାରରେ ଯାଉଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ। ଦୁଇ ଦୁର୍ବୃତ୍ତ ବାଇରେ ଆସି ତାଙ୍କ ଉପରୁକ ଅର୍କିତ ଗୁଳି ଚଳାଇଥିଲେ। କିରପାଲ ସିଂହଙ୍କ ଉପରକୁ ପ୍ରାୟ ୭ରାଉଣ୍ଡ ଗୁଳି ଚଳାଯାଇଥିବା କୁଲିସ କହଇଛି। ତାଙ୍କୁ ଆରବିଏମ ହସପିଟାକଳୁ ନିଆଯାଥିଲା। ହେଲେ ଡାକ୍ତର ସେଠାରା ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜସ୍ଥାପର ଭରତପୁରର ବିଗଜେପି ଏମିପି ଥିବା ରଞ୍ଜତା କୋଲିଙ୍କ ଘନିଷ୍ଟ ସହଯୋଗୀ ହେଉଛନ୍ତି କିରପାଲ ସିଂହ। ସିସିଟିଭି ଫୁଟେଜରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଛି। ହେଲେ ସେମାନଙ୍କୁ ଗିରଫ କରାଯାଇ ନାହିଁ। ଗ୍ୟାଙ୍ଗ ୱାରକୁ ନେଇ ଏହି ଗୁଲି କାଣ୍ଡ ହୋଇଥିବା ପୁଲିସ ସନ୍ଦେହ କରୁଛି। ଗତକାଲିଠାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ପୁଲିସ ସର୍ଚ୍ଚ ଅପରେଶନ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking