28.1 C
Bhubaneswar
Sunday, September 29, 2024
Homeଓଡିଶାପହଞ୍ଚିଲେ ସୁନୀଲ ବଂଶଲ

ପହଞ୍ଚିଲେ ସୁନୀଲ ବଂଶଲ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଂଚିଲେ ସୁନୀଲ ବଂଶର । ବିଜେପିର ନବ ନିଯୁକ୍ତ ରାଜ୍ୟ ପ୍ରଭାରୀ ସୁନୀଲ ବଂସଲ ସୋମବାର ଦିନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ଏହି ଦୁଇ ଦିନିଆ ଗସ୍ତରେ ସେ ରାଜ୍ୟ ସଂଗଠନକୁ ଶକ୍ତିଶାଳୀ କରିବା ନେଇ ଦଳୀୟ ନେତା ମାନଙ୍କସହ ବିଚାର ଆଲୋଚନା କରିବେ। ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ । ବିଜେପି କେନ୍ଦ୍ରୀୟ ଦଳ ଡି ପୁରନ୍ଦେଶ୍ୱରୀଙ୍କ ବଦଳରେ ସୁନୀଲଙ୍କୁ ନୂଆ ଦାଇତ୍ୱ ଦେଇଛି ।ଉତ୍ତରପ୍ରଦେଶରେ ଦୁଇଥର ସରକାର ଗଠନରେ ତାଙ୍କ ଅବଦାନ ରହିଛି। ଓଡ଼ିଶାରେ ସଂଗଠନକୁ ମାର୍ଗଦର୍ଶନରେ ତାଙ୍କର ବଡ ଭୂମିକା ରହିବ ବୋଲି କୁହାଯାଇଛି।ବର୍ତ୍ତମାନ ଫୋକସରେ ରହିଛି ୨୦୨୪ ନିର୍ବାଚନ । ଯାହା ପାଇଁ ଦଳ ଏବେ ଠାରୁ ରାଣନୀତି ପ୍ରସ୍ତୁତ କରୁଛି । ଏହା ସହିତ ପ୍ରଥମ ଥର ଓଡିଶା ଗସ୍ତରେ ଆସି ଓଡିଶାରେ ବିଜେପିର ସ୍ଥିତିର ସମୀକ୍ଷା କରିବେ ବଂଶଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking