ନୟାଗଡ : ଗାଧୋଇବା ବେଳେ ମାଆ କୋଳରୁ ଭାସିଗଲା ଶିଶୁ କନ୍ୟା । ଗୈାଡଗାଁ ଥାନା ଗୈାଡପୁଟ ଗାଁ ନିକଟ ଦୁଆଣ୍ଟ ନଦୀରେ ଭାସିଗଲା । ଗାଧୋଇବା ବେଳେ ଅସାବଧନତାରୁ କୋଳରୁ ଭାସିଗଲା ୨୨ ମାସର କନ୍ୟା । ଖୋଜାଖୋଜି ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଶିଶୁ କନ୍ୟାର ମୃତଦେହ ଉଦ୍ଧାର । ମାଆ ଶାନ୍ତିଲତା ବହୁତ ଖୋଜାଖୋଜି ପରେ ନପାଇ ଗାଁ ଲୋକଙ୍କୁ ଖବର ଦେଇଥିଲେ। ବହୁ ଖୋଜାଖୋଜି ପରେ ୧୦୦ମିଟର ଦୂରରେ ପିଲାଟିକୁ ଦେଖି ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିଥିଲେ। ପରେ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।