28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଲକ୍ଷ୍ନୌ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ; ୨ ଜଣଙ୍କ ମୃତ୍ୟୁ!

ଲକ୍ଷ୍ନୌ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ; ୨ ଜଣଙ୍କ ମୃତ୍ୟୁ!

ଲକ୍ଷ୍ନୌ : ଲକ୍ଷ୍ନୌର ହଜରତଗଞ୍ଜ ଅଞ୍ଚଳର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୋଟେଲର ଅନେକ କୋଠରୀକୁ ନିଆଁ ବ୍ୟାପି ଯିବା ଫଳରେ ପୂରା ହୋଟେଲ ଧୂଆଁମୟ ହୋଇ ଯାଇଛି। କୁହାଯାଉଛି କି, ହୋଟେଲରେ ଅନେକ ଲୋକ ଫସି ରହିଛନ୍ତି। ନିଆଁକୁ କାବୁ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଅନେକ ଗାଡ଼ି ମୁତୟନ ଅଛନ୍ତି। ଏହି ଅଗ୍ନିକାଣ୍ଡ ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଥିବା ଖବର ରହିଛି। ଘଟଣା ବିଷୟରେ ଅବଗତ ହେବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହତମାନଙ୍କୁ ଭେଟିବା ପାଇଁ ସ୍ଥାନୀୟ ସିଭିଲ୍ ହସ୍ପିଟାଲ ପହଞ୍ଚିଥିଲେ। ସେଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଡାକ୍ତର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଉଦ୍ଧାର ଅଭିଯାନକୁ ଦ୍ରୁତ କରିବା ପାଇଁ ବୁଲ୍ଡୋଜର ଯୋଗେ ହୋଟେଲର ପଛ ଭାଗକୁ ଭାଙ୍ଗି ଦିଆଯାଇଛି, ଯଦ୍ଦ୍ଵାରା ଉଦ୍ଧାର କାର‌୍ୟ୍ୟକୁ ଚଞ୍ଚଳ କରାଯାଇ ପାରିବ। ହେଲେ ଖବର ମୁତାବକ, ଏ ପର‌୍ୟ୍ୟନ୍ତ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରି ନାହିଁ। ମିଡିଆ ରିପୋର୍ଟ ଅନୁସାରେ, ଲକ୍ଷ୍ନୌର ହଜରତଗଞ୍ଜ ଅଞ୍ଚଳରେ ଥିବା ହୋଟେଲ ଲେଭାନାରେ ଏହି ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ଦମକଳ ବାହିନୀ ଉପସ୍ଥିତ ରହି ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରୁଛନ୍ତି। ହୋଟେଲର କାଚ ଝରକା ଭାଙ୍ଗି ଲୋକମାନଙ୍କୁ ବାହାର କରାଯାଉଛି। ନିଆଁରେ ଆହତ ହୋଇଥିବା ଲୋକଙ୍କୁ ହସ୍ପିଟାଲ ପର‌୍ୟ୍ୟନ୍ତ ପହଞ୍ଚାଇବାରେ ଅନେକ ଆମ୍ବୁଲାନ୍ସ ବି ନିୟୋଜିତ ଅଛି। କୁହାଯାଉଛି, ସକାଳ ପାଖାପାଖି ୮ଟା ୪୫ ମିନିଟ୍ରେ ହୋଟେଲରେ ଧୂଆଁ ବାହାରୁଥିବାର ପ୍ରଥମେ ଦେଖା ଯାଇଥିଲା। ସତର୍କ ଘଣ୍ଟି ବାଜିବା କ୍ଷଣି ଲୋକମାନେ ଏ ବିଷୟରେ ଜାଣିବାକୁ ପାଇଥିଲେ। ନିଆଁ ହୋଟେଲର ତୃତୀୟ ମହଲାରେ ଲାଗିଥିଲା ଏବଂ ଦେଖୁ ଦେଖୁ ପୂରା ହୋଟେଲରେ ବ୍ୟାପି ଯାଇଥିଲା। ଏହା ପରେ ତୁରନ୍ତ ଫାୟାର ବ୍ରିଗେଡ୍କୁ ସୂଚନା ଦିଆଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଫାୟାର ବ୍ରିଗେଡ୍ର ପାଖାପାଖି ୬ଟି ଗାଡ଼ି ପହଞ୍ଚିଥିଲା। ସଙ୍ଗେ ସଙ୍ଗେ ଅଗ୍ନିଶମ କର୍ମୀମାନେ ଝରକା ବାଟେ ହୋଟେଲ ଭିତରେ ପଶି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking