28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଭେଲୋର ମହିଳାଙ୍କ ଅଙ୍ଗଦାନ, ୫ ଜଣଙ୍କୁ ଦେଲେ ଜୀବନଦାନ

ଭେଲୋର ମହିଳାଙ୍କ ଅଙ୍ଗଦାନ, ୫ ଜଣଙ୍କୁ ଦେଲେ ଜୀବନଦାନ

ଚେନ୍ନାଇ: ମୃତ୍ୟୁ ପୂର୍ବରୁ ଅନ୍ୟମାନଙ୍କୁ ଜୀବନ ଦେଇ ଗଲେ ତାମିଲନାଡ଼ୁ ଭେଲୋର ସହରର ଜଣେ ମହିଳା । ଏକ ବାଇକ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ ଡାକ୍ତର। ଏହାପରେ ଗୁରୁତର ମହିଳାଙ୍କ ପରିବାରବର୍ଗ ତାଙ୍କ ଅଙ୍ଗଦାନ କରିବାକୁ ବଦାନ୍ୟ ନିଷ୍ପତ୍ତି ନେଇଥିଲେ । ଯାହାଫଳରେ ୫ ଜଣଙ୍କ ଜୀବନ ଦାନ ମିଳିଛି ।ଭେଲୋର ସହରର ୪୬ ବର୍ଷୀୟ ମହିଳା କଲାଇସେଲ୍‌ଭୀ ଗତ ଶନିବାର କୌଣସି ଏକ କାମରେ ବାହାରକୁ ଯାଉଥିବା ବେଳେ ପଛ ପଟୁ ଏକ ଦ୍ରୁତଗାମୀ ବାଇକ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଭେଲୋର ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥା ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ ଡାକ୍ତର ।

ଏହାପରେ ଡାକ୍ତର ମହିଳାଙ୍କ ପରିଜନଙ୍କୁ ତାଙ୍କ ଅଙ୍ଗଦାନ କରିବାକୁ ପ୍ରସ୍ତାବ ଦେଇଥିଲେ ।ଏହି ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ ମହିଳାଙ୍କ ପରିବାର ଲୋକେ । ଏହାପରେ ସ୍ବତନ୍ତ୍ର ଗ୍ରୀନ କରିଡର ଜରିଆରେ ମହିଳାଙ୍କ ଅଙ୍ଗ ଆବଶ୍ୟକ କରୁଥିବା ରୋଗୀଙ୍କୁ ଦାନ କରାଯାଇଛି । ମହିଳାଙ୍କ ହୃତପୀଣ୍ଡ ଚେନ୍ନାଇର କାବେରୀ ହସ୍ପିଟାଲ୍‌ରେ ଜଣେ ରୋଗୀଙ୍କୁ ଦାନ କରାଯାଇଛି । ସେହିଭଳି ବାମ କିଡ୍‌ନୀ ଚେନ୍ନାଇର ପ୍ରଶାନ୍ତ ହସ୍ପିଟାଲ୍‌ରେ ଜଣେ ରୋଗୀଙ୍କୁ ଦାନ କରାଯାଇଛି ।

ଡାହାଣ କିଡନୀ ଶ୍ରୀ ନାରାୟଣ ହସ୍ପିଟାଲ୍‌ରେ ଜଣଙ୍କୁ ଦାନ କରାଯାଇଥିବା ବେଳେ କଲିଜା ଓ ଦୁଇ ଆଖି ରାମଚନ୍ଦ୍ର ହସ୍ପିଟାଲ୍‌ରେ ଦୁଇଜଣଙ୍କ ରୋଗୀଙ୍କ ନିକଟେର ପ୍ରତିରୋପଣ କରାଯାଇଛି । ଦାନ କରାଯାଇଥିବା ଅଙ୍ଗ ସମସ୍ତ ରୋଗୀଙ୍କ ଦେହରେ ସଫଳତାର ସହ ପ୍ରତିରୋପଣ କରାଯାଇଛି। ମହିଳାଙ୍କ ମୃତ୍ୟୁ ପରେ ସେ ଅନ୍ୟମାନଙ୍କ ଶରୀରରେ ସବୁବେଳେ ଅମର ରହିବେ । ଏଭଳି ଏକ ନିଷ୍ପତ୍ତିରେ ଉପନୀତ ହୋଇ ଅନ୍ୟମାନଙ୍କ ଜୀବନ ଦେଇଥିବାରୁ ତାଙ୍କ ପରିବାର ବର୍ଗଙ୍କୁ ସାଧୁବାଦ ଜଣାଇଛନ୍ତି ସ୍ଥାନୀୟ ଲୋକେ । ଦିନ ମଜୁରିଆ ଭାବରେ ଖଟି କଲାଇସେଲ୍‌ଭୀ ପରିବାର ଚଳାଇଥିଲେ । ୬ ବର୍ଷ ପୂର୍ବେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା। ତେବେ ଆଜି ସେ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି ସତ, କିନ୍ତୁ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking