28.1 C
Bhubaneswar
Monday, September 30, 2024
Homeଦେଶ ବିଦେଶସିବିଆଇକୁ ନୀତିଶ କିମାରଙ୍କ ଚେତାବନୀ:ବିନା ଅନୁମତିରେ ବିହାରକୁ ପ୍ରବେଶ ନିଷେଦ୍ଧ

ସିବିଆଇକୁ ନୀତିଶ କିମାରଙ୍କ ଚେତାବନୀ:ବିନା ଅନୁମତିରେ ବିହାରକୁ ପ୍ରବେଶ ନିଷେଦ୍ଧ

ନୂଆଦିଲ୍ଲୀ : କିଛିଦିନ ପୂର୍ବରୁ ବିହାରରେ ଚାକିରୀ ଠକେଇ ଏବଂ ଜମି ମାମଲାରେ ସିବିଆଇ ଚଢାଉ କରିଛି । ଯେଉଁଥିରେ ଅନେକ ଆରଜେଡି ନେତା ଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ଚଢାଉ ହୋଇଛି । ତେବେ ଏହି ସମୟରେ ବିହାର ସରକାର ସିବିଆଇ ଯାଞ୍ଚକୁ ବନ୍ଦ କରିପାରନ୍ତି ବୋଲି ଖବର ସାମ୍ନାକୁ ଆସିଛି । ଯଦି ଏପରି ହୁଏ ତେବେ ସିବିଆଇକୁ ଯାଞ୍ଚ ପୂର୍ବରୁ ବିହାର ସରକାରଙ୍କ ଅନୁମତି ନେବାକୁ ପଡିବ ।

କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ରାଜନୈତିକ ଫାଇଦା ପାଇଁ ସିବିଆଇର ଦୁରୁପଯୋଗ କରୁଥିବାରୁ ବିହାରର ଶାସକ ମହାଗଠବନ୍ଧନର ନେତାମାନେ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଦିଆଯାଇଥିବା ସାଧାରଣ ସହମତି ପ୍ରତ୍ୟାହାର କରିନେବା ଲାଗି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀର ସ୍ୱତନ୍ତ୍ର ପୋଲିସ ପ୍ରତିଷ୍ଠା (ଡିଏସ୍‌ପିଇ) ଅଧିନିୟମ ୧୯୪୬ର ଧାରା ୬ ଅନୁଯାୟୀ, ଯଦି କୌଣସି ରାଜ୍ୟରେ ସିବିଆଇ ତଦନ୍ତ କରେ ତେବେ ପ୍ରଥମେ ସେହି ରଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହମତି ଆବଶ୍ୟକ ହୋଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ୯ ଟି ରାଜ୍ୟ ସିବିଆଇକୁ ଦିଆଯାଇଥିବା ଅନୁମୋଦନକୁ ପ୍ରତ୍ୟାହାର କରି ନେଇଛନ୍ତି । ଯେଉଁଥିରେ ପଶ୍ଚିମବଙ୍ଗ, ଛତିଶଗଡ଼, ରାଜସ୍ଥାନ, ପଞ୍ଜାବ, ମେଘାଳୟ ପ୍ରମୁଖ ସାମିଲ ଅଛନ୍ତି ।

ଆର୍‌ଜେଡି ନେତା ଶିବାନନ୍ଦ ତିଓ୍ବାରୀ କହିଛନ୍ତି ଯେ ଭାଜପା ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଏହାର ରାଜନୈତିକ ପ୍ରତିଦ୍ୱନ୍ଦ୍ବୀମାନଙ୍କୁ ଟାର୍ଗେଟ କରୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବିହାର ସରକାର ଏହି ଏଜେନ୍ସିକୁ ଯାଞ୍ଚର ଅନୁମୋଦନ ପ୍ରତ୍ୟାହାର କରିବା ଉଚିତ୍ । ଏନ୍‌ଡିଏ ଶାସନ କାଳରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ସେମାନଙ୍କର ବିଶ୍ୱସନୀୟତା ହରାଇଥିବା ଆର୍‌ଜେଡି ନେତା କହିଛନ୍ତି। ସେହିପରି ସହମତି ପ୍ରତ୍ୟାହାର କରିନେବାର ଏହା ପ୍ରକୃଷ୍ଟ ସମୟ ବୋଲି ଜେଡିୟୁ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking