18.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଦରଦାମ୍ ବୃଦ୍ଧି ପ୍ରସଙ୍ଗ: ଅଗଷ୍ଟ ୫ରେ କଂଗ୍ରେସର ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ

ଦରଦାମ୍ ବୃଦ୍ଧି ପ୍ରସଙ୍ଗ: ଅଗଷ୍ଟ ୫ରେ କଂଗ୍ରେସର ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ

ନୂଆଦିଲ୍ଲୀ : ଦରଦାମ୍ ବୃଦ୍ଧି ବିରୋଧରେ କଂଗ୍ରେସ ଅଗଷ୍ଟ ୫ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ କରିବ । ବିରୋଧ ପ୍ରଦର୍ଶନ ସ୍ୱରୂପ ପାର୍ଟିର ବରିଷ୍ଠ ନେତାମାନେ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଶୋଭଯାତ୍ରା କରିବେ । ଏହା ସହିତ ଶୋଭାଯାତ୍ରାରେ ଯାଇ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ବୋଲି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି । ସଂସଦର ଉଭୟ ଗୃହରେ ଚଳିତ ସପ୍ତାହରେ ମୂଲ୍ୟବୃଦ୍ଧିକୁ ନେଇ ବହୁ ହୋହଲ୍ଲା ଦେଖିବାକୁ ମିଳିଥିଲା ।

ବିଭିନ୍ନ ପ୍ରସଙ୍ଗକୁ ନେଇ ଶୁକ୍ରବାର ଉଭୟ ଗୃହରେ ହଙ୍ଗାମା ହେବା ପରେ ସଂସଦକୁ ସୋମବାର ପର୍ଯ୍ୟନ୍ତ ଦୁଇଦିନ ସ୍ଥଗିତ ଘୋଷଣା କରାଯାଇଥିଲା । ତେବେ ସୋମବାର ଲୋକସଭାରେ ମୂଲ୍ୟବୃଦ୍ଧିକୁ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି । ସେହିପରି ମଙ୍ଗଳବାର ରାଜ୍ୟସଭାରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ । ଉଲ୍ଲେଖଯୋଗ୍ୟ ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରଠାରୁ ହିଁ ଉଭୟ ସଦନରେ ମୂଲ୍ୟବୃଦ୍ଧି ଏବଂ ଜିଏସ୍‌ଟି ପ୍ରସଙ୍ଗ ଉଠିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking