19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୁର୍ବ୍ୟବହାରକୁ ନେଇ ବିବାଦ : ରାତି ଅଧିଆ ଇସ୍ତଫା ଦେଲେ ଭାଇସ୍ ଚାନ୍‌ସେଲର୍‌

ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୁର୍ବ୍ୟବହାରକୁ ନେଇ ବିବାଦ : ରାତି ଅଧିଆ ଇସ୍ତଫା ଦେଲେ ଭାଇସ୍ ଚାନ୍‌ସେଲର୍‌

ଚଣ୍ଡିଗଡ଼: ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ଚେତନ ସିଂହ ଜୋଡ଼ାମାଜରାଙ୍କ ବ୍ୟବହାରକୁ ନେଇ ବିବାଦ ସୃଷ୍ଟି ହୋଇଛି । ଶୁକ୍ରବାର ୱାର୍ଡର ଫଟା-ଚିରା ବେଡ୍ ଉପରେ ଜବରଦସ୍ତ ଶୁଆଇବା ଫଳରେ ଆଘାତ ପାଇଁ ବାବା ଫରିଦ୍ ମେଡିକାଲ୍ ୟୁନିଭର୍ସିଟି ଭାଇସ୍ ଚାନ୍‌ସେଲର୍ (ଭିସି) ଡ. ରାଜ ବାହାଦୁର ରାତି ଅଧିଆ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ଙ୍କୁ ପଠାଇଛନ୍ତି ।
ଏହାପରେ ଅମୃତସର ମେଡିକାଲ୍ କଲେଜ ପ୍ରିନ୍ସିପାଲ୍ ଡ. ରାଜୀବ ଦେବଗନ, ମେଡିକାଲ୍ ସୁପରିନ୍‌ଟେଣ୍ଡେଣ୍ଟ୍ ଡ. କେଡି ସିଂହ ଏବଂ ଭିସିଙ୍କ ସେକ୍ରେଟାରୀ ଓପି ଚୌଧୁରୀ ମଧ୍ୟ ଇସ୍ତଫା ଦେଇଛନ୍ତି । ସେମାନେ ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେଇଥିବା କହୁଥିଲେ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବ୍ୟବହାର ଏହା ପଛର କାରଣ ବୋଲି କୁହାଯାଉଛି ।

ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମାନ୍‌ଙ୍କ ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି ଡାକ୍ତର ରାଜ ବାହାଦୁର ମୋର ଜଣେ ଭଲ ବନ୍ଧୁ । କାମ କରିବା ସମୟରେ କେତେକ ଦୁର୍ଭାବନା ଅବସ୍ଥା ସୃଷ୍ଟି ହୋଇଥାଏ । ମାମଲାକୁ ଭଲ ଭାବେ ହାଣ୍ଡଲ୍ କରିବା ଉଚିତ ଥିଲା । ଅନ୍ୟପକ୍ଷରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍‌ଏ) ଭିସିଙ୍କ ସହ ହୋଇଥିବା ଦୁର୍ବ୍ୟବହାରକୁ ନେଇ ଦୁଃଖ ପ୍ରକାଶ କରିଛି । ଆଇଏମ୍‌ଏ ଅଧ୍ୟକ୍ଷ ଡ. ପରମଜିତ ମାନ୍ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ଭିସିଙ୍କୁ ବେଡ୍‌ରେ ଶୋଇବା ପାଇଁ ବାଧ୍ୟ କରି ତାଙ୍କର ଅପମାନ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ନିଃସର୍ତ୍ତ କ୍ଷମା ମାଗିବା ପାଇଁ ଆଇଏମ୍‌ଏ ଦାବି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking