18.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଉଜବେକିସ୍ଥାନରେ ୬ ବର୍ଷ ପରେ ଏକାଠି ହେବେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପାକ ପିଏମ

ଉଜବେକିସ୍ଥାନରେ ୬ ବର୍ଷ ପରେ ଏକାଠି ହେବେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପାକ ପିଏମ

ନୂଆଦିଲ୍ଲୀ : ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସାଧାରଣ ସମ୍ପାଦକ ଝାଙ୍ଗ ମିଙ୍ଗ  ପାକିସ୍ତାନ ଗସ୍ତରେ ଅଛନ୍ତି । ଏହି ସମୟ ମଧ୍ୟରେ ସେ ସେପ୍ଟେମ୍ବର ୧୫-୧୬ ରେ ଉଜବେକିସ୍ତାନର ସମରଖଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ ବାର୍ଷିକ ସମ୍ମିଳନୀ ପାଇଁ ପାକ୍ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଆମନ୍ତ୍ରଣ କରିବେ। ଏହି ସୂଚନା ଦି ନ୍ୟୁଜ୍ ରୁ ମିଳିଛି । ଏହି ସମ୍ମିଳନୀରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗଦେବେ। ଏଭଳି ପରିସ୍ଥିତିରେ ପାକିସ୍ତାନ ଏବଂ ଭାରତର ପ୍ରଧାନମନ୍ତ୍ରୀମାନେ ଏହି ସମ୍ମିଳନୀରେ ସାକ୍ଷାତ କରିବେ ବୋଲି ଅନୁମାନ କରାଯାଉଛି । ୬ ବର୍ଷ ପରେ ପ୍ରଥମ ଥର ପାଇଁ ଦୁଇ ଦେଶ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ହେବ ବୋଲି କୁହାଯାଉଛି । କୂଟନୈତିକ ସୂତ୍ରରୁ ଅନୁମାନ କରାଯାଉଛି ଯେ ଶେହବାଜ ଏବଂ ମୋଦୀଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାର ସମ୍ଭାବନା କୁ ଏଡାଇ ଦିଆଯାଇପାରିବ ନାହିଁ । କାରଣ ଦୁଇ ଦିନ ଧରି ଗୋଟିଏ ସ୍ଥାନରେ ରହିବେ ।ସୂଚନାନୁସାରେ, “ଏପର‌୍ୟ୍ୟନ୍ତ ଉଭୟଙ୍କ କୈାଣସି ବୈଠକ ହୋଇନାହିଁ। ଭାରତ ପକ୍ଷରୁ ଏପର‌୍ୟ୍ୟନ୍ତ କୈାଣସି ଅଫର ଦିଆଯାଇ ନାହିଁ। ଯଦି ଭାରତ ଏଭଳି ଅଫର ଦିଏ, ତେବେ ପାକିସ୍ତାନର ପ୍ରତିକ୍ରିୟା ସକରାତ୍ମକ ହେବ।” ଚୀନ୍, ପାକିସ୍ଥାନ, ରୁଷ, ଭାରତ, ତାଜିକିସ୍ତାନ, ଉଜବେକିସ୍ତାନ, କିର୍ଗିଜସ୍ଥାନ ଏବଂ କାଜାଖସ୍ତାନ ଏହି ଦଳର ସମ୍ପୂର୍ଣ୍ଣ ସଦସ୍ୟ ଅଟନ୍ତି। ଗୋଷ୍ଠୀର ନୂତନ ଚେୟାରମ୍ୟାନ୍ ତାଙ୍କର ପ୍ରାଥମିକତା ଏବଂ କାର‌୍ୟ୍ୟଗୁଡ଼ିକ ବିଷୟରେ କହି ସାରିଛନ୍ତି। ସଂଗଠନର କ୍ଷମତା ଏବଂ ଅଧିକାର ବୃଦ୍ଧି, ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା, ଦାରିଦ୍ର‌୍ୟ ହ୍ରାସ କରିବା ଏବଂ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏଥିମଧ୍ୟରେ ଉଦ୍ୟମ ଅନ୍ତର୍ଭୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking