ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସଇ) ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆଜି ମଧ୍ୟାହ୍ନ ୧୨ଟା ୩୦ରେ ପ୍ରକାଶ ପାଇବ । ପରୀକ୍ଷା ଫଳ ୱେବ ସାଇଟ ମାଧ୍ୟମରେ ପ୍ରକାଶ ପାଇବାକୁ ଥିବାବେଳେ ଛାତ୍ରଛାତ୍ରୀଙ୍କ ଡିଜି ଲକରରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ସେମାନଙ୍କ ଆଇଡି ଓ ପାସୱାର୍ଡ଼ ଜରିଆରେ ଲଗଇନ୍ କରି ରେଜଲ୍ଟ ପାଇ ପାରିବେ । ସେହିପରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆସନ୍ତା ଦୁଇ ଦିନ ମଧ୍ୟରେ ଅର୍ଥାତ ଶନିବାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ କରିବାକୁ ସିବିଏସଇ ଲକ୍ଷ୍ୟ ରଖିଛି । ଛାତ୍ରଛାତ୍ରୀ ୱେବସାଇଟକୁ ଲଗଇନ କରି ନିଜର ପରୀକ୍ଷା ଫଳ ଦେଖିପାରିବେ । ରୋଲ ନମ୍ବର, ବିଦ୍ୟାଳୟ କୋର୍ଡ ଏବଂ ଜନ୍ମ ତାରିଖ ଲେଖି ଫଳ ଜାଣିପାରିବେ । ଚଳିତ ବର୍ଷ ଦେଶରେ ପ୍ରାୟ ୧୪ ଲକ୍ଷ ୫୪ ହଜାର ୩୭୦ ବିଦ୍ୟାର୍ଥୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଛନ୍ତି ।