20.1 C
Bhubaneswar
Saturday, November 23, 2024
Homeଓଡିଶାମୁଣ୍ଡଳୀରେ ପହଞ୍ଚିଲା ପ୍ରଥମ ବନ୍ୟାଜଳ

ମୁଣ୍ଡଳୀରେ ପହଞ୍ଚିଲା ପ୍ରଥମ ବନ୍ୟାଜଳ

ବାରଙ୍ଗ: କଟକ ମୁଣ୍ଡଳୀଠାରେ ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଛି । ଗତକାଲି ମଧ୍ୟ ରାତିରୁ ଏହି ବନ୍ୟାଜଳ ପ୍ରବାହିତ ହେବାରେ ଲାଗିଛି । ହୀରାକୁଦ ଡ୍ୟାମରୁ ୫ଟି ଗେଟ୍ ଖୋଲା ଯିବା ପରେ ବନ୍ୟାଜଳ ଆସି ମୁଣ୍ଡଳୀରେ ମଙ୍ଗଳବାର ରାତି ସାଢ଼େ୧୦ଟାରେ ପହଞ୍ôଚôଛି । ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ୧ଲକ୍ଷ ୬୬ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ବ୍ୟାରେଜ ଉପର ମୁଣ୍ଡରେ ଜଳସ୍ତର ୮୦.୪୦ ଫୁଟ୍ ଥିବାବେଳେ ଓ ତଳମୁଣ୍ଡରେ ୭୭.୫୦ଫୁଟ ରହିଛି । ତେବେ ଏହା ବିପଦ ସଂକେତର ବହୁ ତଳେ ରହିଛି । ଏହାଦ୍ୱାରା ମହାନଦୀରେ ଜଳସ୍ତର ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ତଳିଆ ଅଞ୍ଚଳ ପାଇଁ କୌଣସି ବିପଦ ନଥିବା ମୁଣ୍ଡଳୀ ଜଳ ସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀମତ ତ୍ରିପାଠୀଙ୍କଠାରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking