27.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶମୋଦିଙ୍କୁ ଧମକପୂର୍ଣ୍ଣ ମେସେଜ ଦେଇ ବନ୍ଧା ହେଲା ଯୁବକ

ମୋଦିଙ୍କୁ ଧମକପୂର୍ଣ୍ଣ ମେସେଜ ଦେଇ ବନ୍ଧା ହେଲା ଯୁବକ

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେଇ ବନ୍ଧା ହେଲେ ଯୁବକ । ବିହାର ସମାସ୍ତିପୁର ପୋଲିସ ଜଣେ ବ୍ୟକ୍ତିକୁ ପ୍ରଧାନମନ୍ତ୍ରୀଙ୍କୁ ଧମକ ଦେବା ଘଟଣାରେ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ରୁଦଲ ରାଏ ସେ ଜଣେ ବ୍ୟାଙ୍କ ଏଟିଏମରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣା ବାବଦରେ ପୋଲିସ କହିଛି, ମୋହନାପୁର ଥାନା ଅନ୍ତର୍ଗତ ଚାପ୍ରା ଗାଁରେ ରୁଦଲଙ୍କ ଘର । ପିଏମ ପୋର୍ଟାଲରେ ଅପଶଦ୍ଦ ଓ ଧମକପୂର୍ଣ୍ଣ ମେସେଜ ପଠାଇଥିଲା । ପୋଲିସ ଅଧୀକ୍ଷକ ହ୍ରିଦୟକାନ୍ତ ଏନେଇ ସୂଚନା ପାଇବା ପରେ ମୋବାଇଲ ଫୋନ ଟ୍ରାକ କରାଯାଇଥିଲା । ଲୋକେସନ ଟ୍ରାକ କରି ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ବର୍ତ୍ତମାନ ରୁଦଲଙ୍କୁ ପଚରାଉଚରା ଜାରି ରହିଛି । ମାମଲା ତଦନ୍ତ ଚାଲିଥିବା କହିଛନ୍ତି ଏସ୍‌ପି । ଏହା ଏକ ହାଇପ୍ରୋଫାଇଲ ମାମଲା ହୋଇଥିବାରୁ କିଛି ସ୍ପଷ୍ଟ ଭାବରେ କହି ହେଉନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking