33.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶସାଂଘାତିକ ତଥ୍ୟ, ଅନାହାରରେ ବିଶ୍ୱର ୧୩ କୋଟି ଲୋକ

ସାଂଘାତିକ ତଥ୍ୟ, ଅନାହାରରେ ବିଶ୍ୱର ୧୩ କୋଟି ଲୋକ

ନୂଆଦିଲ୍ଲୀ:ସାରା ଦୁନିଆରେ ଏବେ ଖାଦ୍ୟ ଅଭାବ ଦେଖା ଦେଲାଣି । ସଂଯୁକ୍ତ ରାଷ୍ଟ୍ରର ରିପୋର୍ଟ ଅନୁଯାୟା ୫୨ ଦେଶର ପାଖାପାଖି ୧୯ କୋଟି ଲୋକ ଖାଦ୍ୟ ନିରାପତ୍ତାର ସମ୍ମୁଖୀନ ହୋଇଥିଲେ ।ଏ ନେଇ ଶକ୍ଷକ୍ଟଭବକ୍ଷ ଦ୍ଭରଗ୍ଧଙ୍ଗକ୍ଟକ୍ସଳ ବଶବସଦ୍ଭଗ୍ଦଗ୍ଧ ଲକ୍ଟକ୍ଟୟ ମକ୍ସସଗ୍ଦରଗ୍ଦ(ଏଘଇୠଉ) ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ତେବେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ ବିଜଲି କହିଛନ୍ତ,ି ନିକଟ ଅତୀତରେ ଭୋକରେ ପୀଡିତ ଲୋକଙ୍କ ସଂଖ୍ୟା ଅଧିକ ମାତ୍ରା ରେ ବୃଦ୍ଧି ଘଟିଛି । ତେବେ ରିପୋର୍ଟ ଅନୁଯାୟୀ ଖାଦ୍ୟ ନିରାପତ୍ତାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ଜୀବିକା ସହାୟତା ଯୋଗାଇ ଦେବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଉଚିତ । ଏହି ଖାଦ୍ୟ ସଙ୍କଟରୁ ମୁକ୍ତି ପାଇଁ ଖୁବଶୀଘ୍ର ଏହାର ସମାଧାନ କରିବା ଉଚିତ । ରିପୋର୍ଟ ଅନୁଯାୟୀ ଏଥିରେ ସେହି ଦେଶ ସବୁ ସାମିଲ ହୋଇଛନ୍ତି ଯେଉଁ ଦେଶ ରେ ଖାଦ୍ୟ ସଙ୍କଟର ମାତ୍ରା ଅଧିକ ରହିଛି । ଇଥିଓପିଆ, ଦକ୍ଷିଣୀ ମୈଡାଗାସ୍କର, ଦକ୍ଷିଣ ସୁଡାନ, ଏବଂ ୟମନ ର ୫.୭ ଲକ୍ଷ ଲୋକ ଙ୍କୁ ଗମ୍ଭୀର ଶ୍ରେଣୀ ରେ ରଖାଯାଇଛି । ଏହି ସବୁ ଲୋକ ଏବେ ଅନେକ ଅଭାବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସଂଘର୍ଷ, ଜଳବାୟୁସଙ୍କଟ, ଆର୍ଥିକ ସ୍ୱାସ୍ଥ୍ୟ ସଙ୍କଟ ହିଁ ଏହାର ପ୍ରମୁଖ କାରଣ ବୋଲି ଦର୍ଶାାଯାଉଛି । ପରିବେଶ ଜନିତ କାରଣ ପାଇଁ ୮ ଟି ଦେଶର ୨ କରୋଡ ୩୦ ଲକ୍ଷ ଲୋକ ଙ୍କ ଅବସ୍ଥା ଅଧିକ କଠିନ ହୋଇ ଯାଇଛି । ଆର୍ଥିକ ସଙ୍କଟ ପାଇଁ ୨୧ ଟି ଦେଶର ୩ କୋଟି ଲୋକଙ୍କ ଉପରେ ପ୍ରଭାବ ପକାଇଛି । ସଂଘର୍ଷ ପାଇଁ ୨୪ ଟି ଦେଶ ୨୪ ଟି ଦେଶରେ ୧୩ କୋଟି ୯୦ ଲକ୍ଷ ଲୋକ ଖାଦ୍ୟ ସୁରକ୍ଷା ର ଶିକାର ହୋଇଛନ୍ତି । ତେବେ ଆଗକୁ ଖାଦ୍ୟ ସଙ୍କଟ ଏକ ବଡ ସମସ୍ୟା ଭାବରେ ଉଭା ହେବ । ଲୋକ ମାନେ ଅନାହାର ରେ ମୃତ୍ୟୁବରଣ କରିବେ । ଖାଦ୍ୟ ସଙ୍କଟ ଦୂର କରିବା ପାଇଁ ସରକାର ଏବେଠୁ ଲାଗିପଡିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking