ପୁରୀ:ଆଗାମୀ ରଥ ଯାତ୍ରା ନେଇ ସମୀକ୍ଷା ବୈଠକ ପରେ ପୁରୀ ଜିଲ୍ଲାପାଳ ଙ୍କ ସୂଚନା । ରଥ ଯାତ୍ରା ରେ ଭକ୍ତ ଆଗମନ କୁ ଦୃଷ୍ଟିରେ ରଖି ୨ ଟି ପ୍ଲାନ କରାଯାଇଛି ।ପ୍ରଥମେ ଯଦି ପରିସ୍ଥିତି ସ୍ୱାଭାବିକ ହୁଏ ଓ ଭକ୍ତ ଆସନ୍ତି , ତେବେ କଣ କରିବାକୁ ପଡିବ । ଦ୍ୱିତୀୟ ଯଦି କୋଭିଡ ସଂକ୍ରମଣ ବଢେ , ତେବେ କିଭଳି ଆୟୋଜନ କରାଯିବ । ଯଦି ଲୋକଙ୍କୁ ଆସିବାକୁ ଅନୁମତି ମିଳେ ତେବେ ଅଧିକ ଲୋକ ଆସିବେ । ସାଧାରଣତଃ ଯେତିକି ଲୋକ ଆସନ୍ତି ତା ଠାରୁ ୨ ଗୁଣ ଅଧିକ ଆସିବେ । ତାକୁ ନଜର ରେ ରଖି ବ୍ୟବସ୍ଥା କରାଯିବ ବୋଲି କହିଲେ ଜିଲ୍ଲାପାଳ ସମର୍ଥ ବର୍ମା । ତେବେ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ରଥ କାଠ ଅନୁକୂଳ ପରେ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ମହାମାରୀ କରୋନା ପାଇଁ ଗତ ୨ ବର୍ଷ ଧରି ବିନା ଭକ୍ତ ରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ।