28.1 C
Bhubaneswar
Monday, September 30, 2024
Homeଦେଶ ବିଦେଶହରିୟାଣାରୁ ୪ ଆତଙ୍କବାଦୀ ଗିରଫ: ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଜବତ

ହରିୟାଣାରୁ ୪ ଆତଙ୍କବାଦୀ ଗିରଫ: ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଜବତ

କର୍ଣ୍ଣଲ: ହରିୟାଣାର କର୍ଣ୍ଣଲ ଜିଲ୍ଲା ପୋଲିସ ଗୁରୁବାର ସକାଳେ ଜାତୀୟ ରାଜପଥରୁ ୪ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନେ ଏକ ଇନୋଭା କାର୍ ଯୋଗେ ଯାଉଥିବା ବେଳେ ସନ୍ଦେହଜନକ ଭାବେ ସେମାନଙ୍କ ଯାଞ୍ଚ ପରେ ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଥିଲା । ପରେ ସେମାନଙ୍କୁ ଗିରଫ କରାଯାଇଛି । ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ଏହି ସୂଚନା ଦିଆଯିବା ପରେ ରାଜପଥରେ ଯାଞ୍ଚ କଡ଼ାକଡ଼ି କରାଯାଇଥିଲା । ଏହାକୁ ଭିତ୍ତି କରି ପୋଲିସ ଏବଂ ସୁରକ୍ଷା ଏଜେନ୍ସି ମିଳିତ ଭାବେ ବନଷ୍ଟାରା ଟୋଲ ପ୍ଲାଜା ନିକଟରେ ଏକ ପୋଷ୍ଟ କରି ଇନୋଭା ଗାଡିକୁ ଅଟକାଇଥିଲେ। ଗାଡିରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି ବୋଲି କର୍ଣ୍ଣଲ ଏସପି ଗଙ୍ଗାରାମ ପୁନିଆ ସ୍ପଷ୍ଟ କରିଛନ୍ତି। ସୂଚନାନୁସାରେ, ଆତଙ୍କବାଦୀଙ୍କୁ ମାଧୁବାନ୍ ପୋଲିସ ଷ୍ଟେସନକୁ ନିଆଯାଇଛି, ଯେଉଁଠାରେ ସେମାନଙ୍କୁ ପଚରାଉଚରା କରାଯାଉଛି। ଉଦ୍ଧାର ହୋଇଥିବା ଗୋଳା ବାରୁଦ ମଧ୍ୟରେ ଆରଡିଏକ୍ସ ଥିବା ବେଳେ ସେଗୁଡ଼ିକର ଯାଞ୍ଚ ପାଇଁ ବୋମା ନିଷ୍କ୍ରିୟକାରୀ ଦଳଙ୍କୁ ଡକାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking