27.1 C
Bhubaneswar
Saturday, November 23, 2024
Homeଓଡିଶାରାଜ୍ୟ ପୁଲିସରେ ଅତିରିକ୍ତ ଏସ୍‌ପି ଓ ଡିଏସ୍‌ପି ସ୍ତରରେ ଅଦଳବଦଳ

ରାଜ୍ୟ ପୁଲିସରେ ଅତିରିକ୍ତ ଏସ୍‌ପି ଓ ଡିଏସ୍‌ପି ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ପୁଲିସରେ ଅତିରିକ୍ତ ଏସ୍‌ପି ଓ ଡିଏସ୍‌ପି ସ୍ତରରେ ଅଦଳବଦଳ ହୋଇଛି । ୫ଜଣ ଅତିରିକ୍ତ ଏସ୍‌ପି ଓ ୮ଜଣ ଡିଏସ୍‌ପିଙ୍କ ଗୋଟିଏ ସ୍ଥାନରୁ ଅନ୍ୟତ୍ରକୁ ବଦଳି ହୋଇଛି । ଏନେଇ ଓଡ଼ିଶା ପୁଲିସ ମୁଖ୍ୟାଳୟରୁ ସୋମବାର ଏକ ବିଜ୍ଞପ୍ତି ଜାରି ହୋଇଛି । ସୂଚନା ଅନୁଯାୟୀ, ନିକଟରେ ଇନ୍ସିପେକ୍ଟରରୁ ଡିଏସ୍‌ପି ଏବଂ ଡିଏସ୍‌ପିରୁ ଅତିରିକ୍ତ ଏସ୍‌ପି ର‌୍ୟାଙ୍କକୁ କେତେକ ଅଫିସରଙ୍କ ପଦୋନ୍ନତି ହୋଇଛି ।

ସେମାନଙ୍କ ମଧ୍ୟରୁ ୧୩ଜଣଙ୍କୁ ଅଦଳବଦଳ କରାଯାଇଛି । ଅନୁଗୁଳ ଏସ୍‌ଡିପିଓ ଭବାନୀ ଶଙ୍କର ଉଦଗତ୍‌ଙ୍କୁ ଢେଙ୍କାନାଳ ଆଇୟୁସିଏଡବ୍ଲୁର ଅତିରିକ୍ତ ଏସ୍‌ପି ଭାବେ ବଦଳି, ରାଜ୍ୟ ଏଚ୍‌ଆର୍‌ପିସି ଡିଏସ୍‌ପି ବିଦ୍ୟୁତ୍ ଚନ୍ଦ୍ର ପଣ୍ଡାଙ୍କୁ ନୟାଗଡ ଆଇୟୁସିଏଡବ୍ଲୁର ଅତିରିକ୍ତ ଏସ୍‌ପି, କନ୍ଧମାଳ ଜିଲ୍ଲା ଡିଏସ୍‌ପି(ହୋମଗାର୍ଡ) କୃଷ୍ଣପ୍ରସାଦ ପଟ୍ଟନାୟକଙ୍କୁ କଟକ ଜିଲ୍ଲାର ଅତିରିକ୍ତ ଏସ୍‌ପି, ପୂର୍ବରୁ ଇଓଡବ୍ଲୁ ଭୁବନେଶ୍ୱର ଏସ୍‌ପି(ଇନଚାର୍ଜ) ଦାୟିତ୍ୱରେ ଥିବା ଦିଲ୍ଲୀପ କୁମାର ତ୍ରିପାଠୀଙ୍କୁ ଇଓଡବ୍ଲୁ ଭୁବନେଶ୍ୱର ଏସ୍‌ପି, କ୍ରାଇମବ୍ରାଞ୍ଚ ଡିଏସ୍‌ପି ବିଳାସିନୀ ନାୟକଙ୍କୁ ଏସ୍‌ଟିଏଫ୍ ଭୁବନେଶ୍ୱରର ଅତିରିକ୍ତ ଏସ୍‌ପି ଭାବେ ବଦଳି ହୋଇଛି ।

ସେହିପରି ସ୍ପେଶାଲବ୍ରାଞ୍ଚ୍ ଇନ୍ସିପେକ୍ଟର ଉତ୍ତମ କୁମାର ମହାନ୍ତିଙ୍କୁ ସ୍ପେଶାଲବ୍ରାଞ୍ଚ ଡିଏସ୍‌ପି, ପୁରୀ ପୁଲିସରେ ଇନ୍ସିପେକ୍ଟର ଭାବେ କାର୍ଯ୍ୟରତ ବିଚିତ୍ରାନନ୍ଦ ସେଠୀଙ୍କୁ କଳାହାଣ୍ଡି ଡିଏସ୍‌ପି(ମୁଖ୍ୟାଳୟ), ସୁନ୍ଦରଗଡ ଡିଆଇବିର ଡିଏସ୍‌ପି ସଂଗ୍ରାମ କେଶରୀ ବିଶ୍ୱାଳଙ୍କୁ ଭୁବନେଶ୍ୱର ଓଏଚ୍‌ଆର୍‌ସି ଡିଏସ୍‌ପି, କୋରାପୁଟ ଡିଏସ୍‌ପି ନିରଞ୍ଜନ ବେହେରାଙ୍କୁ ଭୁବନେଶ୍ୱର ସିଏଡବ୍ଲୁ ଏବଂ ସିଡବ୍ଲୁ ଡିଏସ୍‌ପି, ସ୍ପେଶାଲ ବ୍ରାଞ୍ଚ ଡିଏସପି ଅଭିଜିତ ମୁଖାର୍ଜିଙ୍କୁ ରାଜ୍ୟପୁଲିସ ମୁଖ୍ୟାଳୟ କଟକକୁ ବଦଳି, ଖୋର୍ଦ୍ଧା ପିସିଆର୍ ସେଲ୍ ଡିଏସ୍‌ପି ରବିନାରାୟଣ ପାଢୀଙ୍କୁ ଭୁବନେଶ୍ୱର ସିଏଡବ୍ଲୁ ଏବଂ ସିଡବ୍ଲୁ ଡିଏସ୍‌ପି, କମିଶନରେଟ୍ ପୁଲିସ ଭୁବନେଶ୍ୱରର ଇନ୍ସିପେକ୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ କମିଶନରେଟ୍ ପୁଲିସ ଏସିପି ଭାବେ ବଦଳି, ପୁରୀ ଡିଏସ୍‌ପି ଦେବୀପ୍ରସାଦ ପାତ୍ରଙ୍କୁ ରାଜ୍ୟପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking