ଜୟପୁର: ରାଜସ୍ଥାନରେ ଲଜ୍ଜା । ବାହାଘର ଭୋଜି ଖାଇବାକୁ ଯାଇଥିବା ବେଳେ ୩ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରି କୂଅରେ ଫିଙ୍ଗି ଦେଲା ଅଭିଯୁକ୍ତ । ରାଜସ୍ଥାନର ଚିତ୍ତୋରଗଡା ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଶିଶୁକନ୍ୟା ଜଣଙ୍କ ତାଙ୍କ ମାଆଙ୍କ ସହ ସ୍ଥାନୀୟ ଏକ ଅଞ୍ଚଳକୁ ବିବାହ ଭୋଜି ଖାଇବାକୁ ଯାଇଥିଲେ । ଏହି ସମୟରେ ସମସ୍ତେ ବ୍ୟସ୍ତ ଥିବା ବେଳେ ଶିଶୁକନ୍ୟାଟିକୁ ଅଭିଯୁକ୍ତ ଜଣଙ୍କ ଏକ ସ୍ଥାନକୁ ନେଇଯାଇ ଦୁଷ୍କର୍ମ କରିବା ପରେ ହତ୍ୟା କରି ଏକ କୂଅ ମଧ୍ୟକୁ ଫିଙ୍ଗି ଦେଇଥିଲା । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଝିଅଟି ଖୋଜା ଖୋଜି ପରେ ପରିବାର ଲୋକେ ନପାଇବାରୁ ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତ ଜଣଙ୍କ ହେଉଛି କିଶାନପୁରର ବାସିନ୍ଦା ରମେଶ୍ୱର ଧାକଡ ।