ନୂଆଦିଲ୍ଲୀ: ସାଉଥର ଦୁଇ ଷ୍ଟାର ବିଜୟ ଦେବରାକୋଣ୍ଡା ଏବଂ ସାମନ୍ଥା ଏବେ ଚର୍ଚ୍ଚାରେ। ଦୁହିଁଙ୍କୁ ଏକାଠି ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଏବେ ତାଙ୍କର ଏହି ସ୍ୱପ୍ନ ସାକାର ହେବାକୁ ଯାଉଛି। ବିଜୟ ଏବଂ ସାମନ୍ଥାଙ୍କୁ ଶେଷ ଥର ପାଇଁ ୨୦୧୮ ମସିହାରେ ‘ମହାନତା’ ଫିଲ୍ମରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେମାନେ ପୁଣି ଥରେ ଏକ ପ୍ରୋଜେକ୍ଟରେ ଏକାଠି କାମ କରିବାକୁ ଯାଉଛନ୍ତି। ଦୁହେଁ ସୋସିଆଲ ମିଡିଆରେ ସେମାନଙ୍କର ଫିଲ୍ମ ଘୋଷଣା କରିଛନ୍ତି ଏବଂ ଖୁବ୍ ଶୀଘ୍ର ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ ବୋଲି କହିଛନ୍ତି।
ଏହି ଫିଲ୍ମକୁ ଶିବ ନିର୍ବାଣ ନିର୍ଦ୍ଦେଶନା ଦେଉଛନ୍ତି। ସୋସିଆଲ ମିଡିଆରେ ଶିବ ଏହି ପ୍ରୋଜେକ୍ଟର ଘୋଷଣା କରିଛନ୍ତି। ସେ ଲେଖିଛନ୍ତି- ମୋ ପାଇଁ ବିଶେଷ ଦିନ। ବିଜୟ ଦେବରାକୋଣ୍ଡା ଏବଂ ସାମନ୍ଥାଙ୍କ ସହ ‘ମେରେ ଡିୟର୍ ରାଉଡି’ କରିବାକୁ ବହୁତ ଉତ୍ସାହିତ। ସୁଟିଂ ଆରମ୍ଭ କରିବାକୁ ଅପେକ୍ଷା କରିପାରିବି ନାହିଁ। ଶିବଙ୍କ ପୋଷ୍ଟ ସେୟାର କରି ସାମନ୍ଥା ଲେଖିଛନ୍ତି – ସ୍ପେଶାଲ ଟିମର ପାର୍ଟ ହେବା। ଅପେକ୍ଷା କରି ହେଉ ନାହିଁ।
ସେହିପରି ବିଜୟ ମଧ୍ୟ ଫିଲ୍ମ ପୂଜାର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି – ଫ୍ୟାମିଲି ଫିଲ୍ମ ପାଇଁ ପୂଜା। ବିଜୟଙ୍କ ଏହି ପୋଷ୍ଟ ଦେଖିବା ପରେ ଫ୍ୟାନ୍ସ ଉତ୍ସାହିତ ହୋଇପଡିଛନ୍ତି। ସେମାନେ ଅନେକ କମେଣ୍ଟ ଦେଉଛନ୍ତି। ଜଣେ ଲେଖିଛନ୍ତି – ୱାଓ, ଫେବରେଟ୍ କମ୍ବୋ। ଅନ୍ୟ ଜଣେ ଲେଖିଛନ୍ତି – ଫିଲ୍ମ ପାଇଁ ଅଲ ଦି ବେଷ୍ଟ ଆନ୍ନା।