19.1 C
Bhubaneswar
Saturday, November 23, 2024
Homeକରୋନାଓମିକ୍ରନ ସଂକ୍ରମିତ ବୋଲି କେମିତି ଜାଣିବେ? ଜାଣନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ....

ଓମିକ୍ରନ ସଂକ୍ରମିତ ବୋଲି କେମିତି ଜାଣିବେ? ଜାଣନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ….

ନୂଆଦିଲ୍ଲୀ : ଭାରତ ସମେତ ସମଗ୍ର ବିଶ୍ୱରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ଭାଇରସ୍‌ର ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ବହୁତ ଜଲ୍‌ଦି ବିସ୍ତାରିତ ହେଉଛି । ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେଉଥିବା ଅଧିକାଂଶ ଲୋକ ଅନୁଭବ କରୁଛନ୍ତି କି, ସେମାନଙ୍କୁ ଥଣ୍ଡା ହୋଇଛି । ଗଳା ଯନ୍ତ୍ରଣା, ନାକରୁ ପାଣି ବାହାରିବା ଏବଂ ମୁଣ୍ଡବିନ୍ଧା ମଧ୍ୟ ଓମିକ୍ରନର ଗୋଟିଏ ଗୋଟିଏ ଲକ୍ଷଣ ବୋଲି କୁହାଯାଉଛି । ଓମିକ୍ରନ୍ କରୋନାର ପୂର୍ବ ବିପଜ୍ଜନକ ଭାରିଆଣ୍ଟ ଡେଲ୍‌ଟା ତୁଳନାରେ ବହୁତ ଦ୍ରୁତ ଗତିରେ ବିସ୍ତାର କରୁଛି । ଆପଣ କରୋନାର ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ଅଛନ୍ତି କି ନାହିଁ, ଏହା ଆର୍‌ଟିପିସିଆର୍ ଟେଷ୍ଟରୁ ଚିହ୍ନଟ ହୋଇପାରିବ । ଏଥିରେ ଲାଳର ନମୁନାକୁ ପାଥୋଲୋଜି ଲ୍ୟାବକୁ ପଠା ଯାଇଥାଏ । ଯେଉଁଥିରୁ ଏହା ଜଣାପଡ଼ିବ କି, ଏହି ସଂକ୍ରମଣ ଓମିକ୍ରନର ନା ଡେଲଟାର ନା ଅନ୍ୟ କୌଣସି ଜିନିଷର । ଯଦି କେବଳ ଏହା ଜାଣିବାର ଅଛି କି, କରୋନା ସଂକ୍ରମଣ ଅଛି କି ନାହିଁ, ତା’ ହେଲେ ଏଥିପାଇଁ ର‌୍ୟାପିଡ୍ ଟେଷ୍ଟ ମଧ୍ୟ କରାଯାଇ ପାରିବ । କିନ୍ତୁ ଏଥିରେ ଆପଣ କେଉଁ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି, ତାହା ଜାଣି ପାରିବେ ନାହିଁ । ଓମିକ୍ରନ୍ ନିଶ୍ଚିତକରଣରେ ଜିନୋମ୍ ସିକ୍ୱେସିଙ୍ଗ୍ ଅର୍ଥାତ୍ ଜେନେଟିକ୍ ଆନାଲିସିସ୍ ଆବଶ୍ୟକ ହୋଇଥାଏ, ଯେଉଁଥିରେ ୪ରୁ ୫ ଦିନ ସମୟ ଲାଗିଥାଏ । ଭାଇରସ୍ କ୍ରମାଗତ ଭାବରେ ମ୍ୟୁଟେଟ୍ କରୁଛି ଅର୍ଥାତ୍ ଲଗାତାର ରୂପ ବଦଳାଇ ଚାଲିଛି, ଯାହାକୁ ଭାରିଆଣ୍ଟ କୁହାଯାଏ । ଏହି ଭାରିଆଣ୍ଟଗୁଡିକ ମଧ୍ୟରୁ କିଛି ଭାରିଆଣ୍ଟ ଅଧିକ ବିପଜ୍ଜନକ ହୋଇପାରେ କିମ୍ବା ଏମିତି ହୋଇପାରେ, ଯାହା ଅତି ଶୀଘ୍ର ବିସ୍ତାର କରିବ । ଓମିକ୍ରନ୍ ଭାରିଆଣ୍ଟର ସ୍ପାଇକ୍ ପ୍ରୋଟିନ୍ ଅଂଶରେ ପରିବର୍ତ୍ତନ ହେତୁ ପ୍ରଥମେ ଏମିତି ଚିନ୍ତା କରାଯାଉଥିଲା କି, ବୋଧହୁଏ ବର୍ତ୍ତମାନର ଟିକା ଓମିକ୍ରନ୍ ଉପରେ ପ୍ରଭାବହୀନ ହୋଇଯିବ । କିନ୍ତୁ ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ନିଜର ଅନୁସନ୍ଧାନରେ ଏ ବିଷୟରେ ଜାଣିବାକୁ ପାଇଛି ଯେ ଯଦି ବୁଷ୍ଟର୍ ଟିକା ଅର୍ଥାତ ଟିକାର ଅତିରିକ୍ତ ଡୋଜ୍ ନିଆଯାଏ, ତା’ ହେଲେ ୮୮ ପ୍ରତିଶତ ସୁରକ୍ଷା ବଢ଼ି ଯାଇଥାଏ । ଅର୍ଥାତ୍ ଡାକ୍ତରଖାନାରେ ପହଞ୍ଚିବାର କୌଣସି ଆବଶ୍ୟକତା ନାହିଁ । ବ୍ରିଟେନରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି, ଡେଲଟା ଭାରିଆଣ୍ଟ ତୁଳନାରେ ଓମିକ୍ରନ୍ ସଂକ୍ରମିତ ଲୋକଙ୍କର ଡାକ୍ତରଖାନାରେ ପହଞ୍ଚିବାର ଆଶଙ୍କା ପାଖାପାଖି ଅଧା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking