21.1 C
Bhubaneswar
Friday, November 29, 2024
Homeଦେଶ ବିଦେଶଉତ୍ତରକୋରିଆରେ କମ୍ ଖାଇବାକୁ ନିର୍ଦେଶ

ଉତ୍ତରକୋରିଆରେ କମ୍ ଖାଇବାକୁ ନିର୍ଦେଶ

ଉତ୍ତରକୋରିଆ: ଉତ୍ତର କୋରିଆ ଏବେ ଉତ୍କଟ ଖାଦ୍ୟାଭାବ ଜନିତ ସମସ୍ୟାର ଶିକାର ହେଉଛି । ଦରଦାମ୍ ସ୍ଥିତି ସାଙ୍ଘାତିକ ସ୍ଥିତିରେ ପହଞ୍ଚିଥିବାରୁ ହାହାକାର ଦେଖାଦେଇଛି । ଏଭଳି ସ୍ଥିତିରେ ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ ଉନ୍ ଏକ ଆଶ୍ଚର୍ଯ୍ୟଜନକ ଆଦେଶ ଜାରି କରିଛନ୍ତି । କମ୍ ଖାଦ୍ୟ ଖାଇବା ଲାଗି ସେ ଦେଶର ନାଗରିକଙ୍କୁ ନିର୍ଦେଶ ଦେଇଛନ୍ତି । କୋରିଆନ୍ ସେଣ୍ଟ୍ରାଲ ନୁ୍ୟଜ୍ ଏଜେନ୍ସି ରିପୋର୍ଟ ଅନୁସାରେ କୋରିଆ ୱାକର୍ସ ପାର୍ଟି ର ଏକ ସଦ୍ୟ ଅନୁଷ୍ଠିତ ବୈଠକରେ କିମ୍ ଏ ନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଦେଶରେ ଏବେ କଳକାରଖାନା ସ୍ଥାପନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଏହାପରେ ଲୋକଙ୍କ ଜୀବନ ଧାରଣ ମାନରେ ସୁଧାର ଅଣାଯିବ । ଦେଶ ବର୍ତ୍ତମାନ ଜୀବନ ଓ ମୃତୁ୍ୟ ସହ ସଂଗ୍ରାମ କରୁଛି । ଦେଶର ବିକାଶ ଉପରେ ଗୁରୁତ୍ୱ ଦେଉଥିବା କିମ୍ ନାଗରିକଙ୍କୁ ସିଧାସଳଖ କମ୍ ଖାଇବାକୁ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟପକ୍ଷରେ ଖୋଦ୍ କିମ୍ ମଧ୍ୟ ନିଜେ ଖାଦ୍ୟ ପରିମାଣ କମାଇ ଦେଇଥିବା ତାଙ୍କର ଏକ ସଦ୍ୟ ଫଟୋରୁ ଦେଖିବାକୁ ମିଳିଛି । ଏହି ଫଟୋରେ ସେ ଅତ୍ୟନ୍ତ ଦୁର୍ବଳ ଦଖାଯାଉଛନ୍ତି । ତେବେ ସେ ନିଜ ଖାଦ୍ୟ ପରିମାଣ କମାଇ ଦେଇଥିବା ଜଣାପଡିଛି ।
ଦେଶର ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ କମ୍ ଖାଦ୍ୟ ଖାଇବାକୁ ସେ ଦେଶବାସୀଙ୍କୁ ନିର୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking