19.1 C
Bhubaneswar
Saturday, November 23, 2024
Homeଓଡିଶାଗଣ ଶିକ୍ଷକଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ

ଗଣ ଶିକ୍ଷକଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ

ସୋରଡା : ସୋରଡା ବୁଦ୍ଧେଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନଷ୍ଠିତ ହୋଇଥିବା ଗଣଶିକ୍ଷୟକଙ୍କ ବୈଠକରେ ସରକାର ସେମାନଙ୍କ ପ୍ରତି କରିଥିବା ବୈମାତୃକ ମନୋଭାବ ଓ ଦୁର୍ବିଚାର ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଅଣଆନୁଷ୍ଠାନିକ ଶିକ୍ଷକ ଇଜିଏସ ଶିକ୍ଷକ ଓ ଗଣଶିକ୍ଷକ ରୂପେ ଦୀର୍ଘ ୨୫ରୁ ୩୦ ବର୍ଷ ଧରି କାର୍ଯ୍ୟକରି ଆସୁଥିବା ଗଣଶିକ୍ଷକଙ୍କୁ ଚିଠି ନଂ ୧୦୧୨ ତା ୩୧.୩.୨୦୧୮ ରିଖରେ ବଳକା ଥିବା ଗଣଶିକ୍ଷକଙ୍କୁ ନିୟମିତ କରିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କଲେ ।
ପ୍ରକାଶଥାଉକି ଗଞ୍ଜାମ ଜିଲ୍ଲା ଡିଇଓଙ୍କ ଚିଠି ନଂ ୨୫୨୦ ତା ୧୯.୦୪.୨୦୧୮ ପ୍ରକାରେ ନିୟମିତ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରି ସମସ୍ତ ସାର୍ଟିଫିକେଟ ଯାଂଚ କରିଥିଲେ ।
ଓଡିଶା ବିକାଣ ପରିଷଦ ଉଚ୍ଚନ୍ୟାୟାଳୟରେ କରିଥିବା ଜନସ୍ୱାର୍ଥ ମାମଲା ଯୋଗୁଁ ନିୟମିତ ହୋଇ ପାରିଲେ ନାହିଁ । ଗତ ୧୩.୦୭.୨୦୨୧ରେ ଓଡିଶା ବିକାଣ ପରିଷଦ କେସ୍ ପ୍ରତ୍ୟାହାର କରି ନେଇଥିଲେ ମଧ୍ୟ ସରକାର ଏହି ନିଶ୍ୱ ଦଳିତ ଅବହେଳିତ ଗଣଶିକ୍ଷକଙ୍କ ପ୍ରତି ର୍ଦୁବ୍ୟବହାର କରି  ଉପଯୁକ୍ତ ଯୋଗ୍ୟତା ଥିବା ସ୍ୱତନ୍ତ୍ର ନୀୟମିତରୁ ବାଦ ଏଥିରେ ଅନେକ ଅବସର ବୟସରେ ପଦାର୍ପଣ କଲେଣି । ବୟସର ଅତିକ୍ରାନ୍ତରେ ମାନସିକ ଭାରସାମ୍ୟ ହରାଈ ଅଭାବ ଅନାଟନରେ ରହି ମୃତ୍ୟୁମୁଖରେ ପଡିଲେଣି । ସରକାର ଏହି ନିରୀହ ନିଷ୍ପାପ ,ଦୁଷ୍ଟ ଗଣଶିକ୍ଷକଙ୍କ ପ୍ରତି ସୁବିଚାର କରି ଦୃଷ୍ଟି ଆରୋପ କଲେ ସମସ୍ତେ ଉପକୃତ ହେବେ ।
ଏଣୁ ସମସ୍ତ ଗଣଶିକ୍ଷକ କ୍ଷୋଭ ପ୍ରକାଶ କରିଛନ୍ତି ଓ ନିୟମିତ ନକଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking