ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ “ଆମ ପ୍ରତିଭା ଆମ ସମ୍ମାନ” ନାମକ ଏକ ସାମାଜିକ ଅନୁଷ୍ଠାନ ପ୍ରତିଷ୍ଠା କରିବା ନେଇ କଲ୍ୟାଣ ମଣ୍ଡପଠାରେ ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାହାଡ ପର୍ବତ ଭରା ପ୍ରାକୃତିକ ସୈନ୍ଦର୍ଯ୍ୟ, ସବୁଜ ବନାନୀ, ମନ୍ଦିର ମାଳିନୀ, ପର୍ଯ୍ୟଟନ ତଥା ସାଂସ୍କୃତିକ ପରିବେଷକୁ ନେଇ ଢେଙ୍କାନାଳ ଜିଲ୍ଲା । ଇତିହାସର ପ୍ରତିଟି ପୃଷ୍ଠାକୁ ଲେଉଟାଇଲେ ଜିଲ୍ଲାର ଅନେକ ପୂଜ୍ୟପୂଜା, ବୀରପୁତ୍ର ମାନେ ଆଜି ବି ଆମ୍ଭମାନଙ୍କ ଗହଣରେ ଜୀବିତ ହୋଇରହିଛନ୍ତି । ଏଇ ଢେଙ୍କାନାଳ ମାଟିରେ ସ୍ୱାଧୀନତା ସଂଗ୍ରାମର ପ୍ରାଣ ହରାଇଥିବା ସର୍ବକନିଷ୍ଠ ଶହୀଦ୍ ବାଜି ରାଉତଙ୍କ ଠାରୁ ଆରମ୍ଭ କରି ମୂଷା ମଳିକ, ମହେଶ୍ୱର ସୁବାହୁସିଂ, ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସ, ବୀର ବୈଷ୍ଣବ ପଟ୍ଟନାୟକ, ପ୍ରଥମ ଗଦ୍ୟ ସାହିତ୍ୟ ସ୍ରଷ୍ଟା ତଥା ସମର କବି ବ୍ରଜନାଥ ବଡଜେନାଙ୍କ ସମେତ ଢେଙ୍କାନାଳ ମାଟିର ବୋହୂ ତଥା ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କୁ ମିଶାଇ ଆଜିର ପିଢୀରେ ଅନେକ ବରପୁତ୍ର ଆମ୍ଭମାନଙ୍କ ନିକଟରେ ଚିର ସ୍ମରଣୀୟ ହୋଇ ରହିଯାଇଛନ୍ତି ।
ବିରପୁତ୍ର ମାନଙ୍କୁ ମନେରଖିବା ପାଇଁ ଆଜିର ଯୁବ ପିଢୀଙ୍କୁ ମାର୍ଗ ଦର୍ଶନ କରିବା ନିମନ୍ତେ ଯେଉଁ ପ୍ରେରଣା ଦରକାର ତାହା ଆମ୍ଭେ କରିବା ନିତ୍ୟାନ୍ତ ଆବଶ୍ୟକ । ତେବେ ସେମାନଙ୍କର ଯେଉଁ ପ୍ରତିଭା ଓ ପରିଚୟ ଅଛି ତାକୁ ଆମ୍ଭେ ଆଗାମୀ ଇତିହାସ ପାଇଁ ବଳବତର ରଖିବା ପ୍ରଧାନ କର୍ତବ୍ୟ ବୋଲି ସାଂସଦ ଶ୍ରୀ ସାହୁ ମତ ପ୍ରକାଶ କରିଥିଲେ । ଉକ୍ତ ବୈଠକରେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ତାଳଚେର “ଆମ ପ୍ରତିଭା ଆମ ପରିଚୟ” ର ସଭାପତି ଇଂ. ରମେଶ ଚନ୍ଦ୍ର ବେହେରା, ସଂପାଦକ ପ୍ରଫେସର ନିମାଇଁ ଚରଣ ପ୍ରଧାନ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ, ଭୂବନ ବ୍ଲକ୍ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, କଙ୍କଡାହାଡ ବ୍ଲକ୍ ଅଧ୍ୟକ୍ଷ କାର୍ତିକ ସାହୁ, କାମାକ୍ଷାନଗର ଏନ୍.ଏ.ସି.ର ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, ପର୍ଜଙ୍ଗ ବ୍ଲକ୍ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ଓଡାପଡା ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ମହାନ୍ତି, ସଦର ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଲଗନ ନାୟକ, ହିନ୍ଦୋଳ ଏନ୍.ଏ.ସି. ଅଧ୍ୟକ୍ଷା ରୀନା ବେହେରା, ଢେଙ୍କାନାଳ ପୌରପରିଷଦର ପୂର୍ବତନ କାଉନ୍ସିଲର ରୁଦ୍ରାନ୍ତ ଦଳେଇ, ମିଳିତ ବଜାର ପୂଜାକମିଟିର ସଭାପତି ବିଶ୍ୱନାଥ ବେହେରା, ରୋଟାରିୟାନ୍ ରାଜକିଶୋର ବେହେରା ପ୍ରଥମ କରି ଢେଙ୍କାନାଳ ସହରରେ ପୂଜ୍ୟପୂଜାଙ୍କ ପାଇଁ ଜନ୍ମ ନେଇଥିବା “”ଆମ ପ୍ରତିଭା ଆମ ସମ୍ମାନ” ସାମାଜିକ ଅନୁଷ୍ଠାନକୁ ଭୂୟଶୀ ପ୍ରଶଂସା କରିଥିଲେ ।