28.1 C
Bhubaneswar
Saturday, November 23, 2024
Homeଓଡିଶାଢେଙ୍କାନାଳରୁ ୧୭୭ କରୋନା ସଂକ୍ରମିତ ଚିହ୍ନଟ

ଢେଙ୍କାନାଳରୁ ୧୭୭ କରୋନା ସଂକ୍ରମିତ ଚିହ୍ନଟ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ମାତ୍ର କିଛି ଦିନ ଜିଲ୍ଲାରେ ସଂକ୍ରମଣ ଦୁଇ ଅଙ୍କ ଭିତରେ ସିମିତ ଥିଲେ ମଧ୍ୟ ଗତ ଦୁଇ ଦିନ ଏହା ତିନ ଅଙ୍କରେ ପହଂଚିଲାଣି । ଗତ ୨୪ ଘଂଟା ମଧ୍ୟରେ ଜିଲ୍ଲାରେ ନୁତନ କରୋନା ସଂକ୍ରମିତ ସଂଖ୍ୟା ୧୭୭ରେ ଲାଗିଲାଣି । ଏମାନଙ୍କ ମଧ୍ୟରୁ ଘରୋଇ ସଂଗରୋଧରୁ ୧୬୩ ଜଣ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗଁଦିଆ ବ୍ଲକ୍ ମନ୍ଦାର ଗ୍ରାମର ଜଣେ ୩୮ ବର୍ଷ ବୟସ୍କ କଟକ ମେଡିକାଲରେ ମୃତ୍ୟୁ ଘଟିଥିବା ଜଣାପଡିଛି । ତନ୍ମଧ୍ୟରୁ ଢେଙ୍କାନାଳ ପୈାରପାଳିକାରୁ ସର୍ବାଧିକ ୪୪ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିପରି ହିନ୍ଦୋଳ ବ୍ଲକରୁ ୩୮, କାମାକ୍ଷାନଗର ବ୍ଲକ୍‌୍‌ରୁ ୨୮, ଓଡାପଡା ବ୍ଲକ୍‌ରୁ ୨୩, ଗଁଦିଆ ବ୍ଲକ୍‌ରୁ ୭, ପର୍ଜଙ୍ଗ ବ୍ଲକ୍‌ରୁ ୬, ଭୁବନ ବ୍ଲକ୍‌ରୁ ୪, କଙ୍କଡାହାଡରୁ ୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୨୫ ଜଣ ଭଲହୋଇଥିବା ଜଣାପଡିଛି । ତେବେ ଅଦ୍ୟବଧି ଜିଲ୍ଲାରେ ୮୭୩ ଜଣ ସଂକ୍ରମିତି ଚିକିତ୍ସିତ ହେଉଥିବା ବେଳେ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking