19.1 C
Bhubaneswar
Saturday, November 23, 2024
Homeକରୋନାରାଜସ୍ଥାନ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ

ଜୟପୁର: ରାଜସ୍ଥାନରେ କରୋନା ସଂକ୍ରମଣ ମୁଖ୍ୟମନ୍ତ୍ରୀଙ୍କ ଘର ପର୍ଯ୍ୟନ୍ତ ପହଂଚିଗଲାଣି । ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବି ଏବେ କରୋନା ସଂକ୍ରମିତ ହୋଇଛନ୍ତି । ଏହାପୂର୍ବରୁ ତାଙ୍କ ପତ୍ନୀ ସୁନୀତା ଗେହଲଟଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ସିଏମ ନିଜେ ଆଇସୋଲେଟ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ୱିଟ କରି କହିଛନ୍ତି, କୋଭିଡ ଟେଷ୍ଟ କରାଇବା ପରେ ଆଜି ମୋର ରିପୋର୍ଟ ପଜିଟିଭ ଆସିଛି । ମୋତେ କୌଣସି ପ୍ରକାର ଲକ୍ଷଣ ନାହିଁ ଏବଂ ମୁଁ ଭଲ ଅନୁଭବ କରୁଛି । କୋଭିଡ ପ୍ରୋଟୋକଲ ପାଳନ କରି ଆଇସୋଲେସନରେ ରହି କାର୍ଯ୍ୟ ଜାରି ରଖିବି ।
ଏହାପୂର୍ବରୁ ଗେହଲଟ ନିଜ ପତ୍ନୀ ସଂକ୍ରମିତ ହେବା ନେଇ ଟ୍ୱିଟ କରି କହିଥିଲେ, ମୋ ପତ୍ନୀ ସୁନୀତା ଗେହଲଟ କୋଭିଡ ପଜିଟିଭ ଆସିଛନ୍ତି । ପ୍ରୋଟକଲ ମୁତାବିକ ଆମେ ଆଇସୋଲେସନରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି । ଏବେ ମୁଁ ଆଇସୋଲେସନରେ ରହି ଚିକିତ୍ସା ଓ ଅଧିକାରୀଙ୍କ ସହିତ ସନ୍ଧ୍ୟା ସାଢେ ୮ଟାରେ ପ୍ରତିଦିନ ହେବାକୁ ଥିବା କୋଭିଡ ସମୀକ୍ଷା ବୈଠକ କରିବି ।
ରାଜସ୍ଥାନରେ ବୁଧବାର କରୋନା ସଂକ୍ରମଣ ରେକର୍ଡ ୧୬୬୧୩ରେ ରହିଛି । ଯେତେବେଳେ କି ୧୨୦ ରୋଗୀଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏବେ ୧୬୩୩୭୨ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଏହି ମହାମାରୀ ପାଇଁ ରାଜ୍ୟରେ ଏବେ ୩୯୨୬ ଲୋକଙ୍କ ପ୍ରାଣ ଯାଇସାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୬୧୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜୟପୁରରେ ୩୦୧୪, ଯୋଦ୍ଧପୁରରେ ୨୨୨୦, ଅଲବରରେ ୧୧୨୩ ଓ ଉଦୟପୁରରେ ୧୧୧୨ ରୋଗୀ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking